ETV Bharat / bharat

ଭାରତର ମହାନତା: ପୁଣି ଆଫଗାନିସ୍ତାନକୁ ପଠାଗଲା ୨୦ ହଜାର ମେଟ୍ରିକ ଗହମ

author img

By

Published : Mar 3, 2022, 10:00 PM IST

ପୁଣି ମହାନତା ଦେଖାଇଲା ଭାରତ । ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟରେ ଖାଦ୍ୟ ସାମଗ୍ରୀ ପଠେଇଲା ଭାରତ । ଅଧିକ ପଢନ୍ତୁ

ଭାରତର ମହାନତା: ପୁଣି ଆଫଗାନିସ୍ତାନକୁ ପଠାଗଲା ୨୦ ହଜାର ମେଟ୍ରିକ ଗହମ
ଭାରତର ମହାନତା: ପୁଣି ଆଫଗାନିସ୍ତାନକୁ ପଠାଗଲା ୨୦ ହଜାର ମେଟ୍ରିକ ଗହମ

ଅମୃତସର: ପୁଣି ମହାନତା ଦେଖାଇଲା ଭାରତ । ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟରେ ଖାଦ୍ୟ ସାମଗ୍ରୀ ପଠେଇଲା ଭାରତ । ଆଜି ପଞ୍ଜାବର ଅଟ୍ଟାରୀ ଓ ଅମୃତସରରୁ ୨୦ ହଜାର ମେଟ୍ରିକ୍‌ ଟନ୍‌ ଗହମ ଆଫଗାନିସ୍ତାନକୁ ପଠାଇଛନ୍ତି ଭାରତ ସରକାର ।

  • Second convoy of India’s humanitarian assistance carrying 2000 MTs of wheat left Attari, Amritsar today for Jalalabad, Afghanistan.

    This is part of India’s commitment of 50,000 MTs of wheat for the Afghan people and will be distributed by @WFP_Afghanistan. pic.twitter.com/5iDIoN51K7

    — Arindam Bagchi (@MEAIndia) March 3, 2022 " class="align-text-top noRightClick twitterSection" data=" ">

ସେହିପରି ଆଜି ଦ୍ବିତୀୟ ପର୍ଯ୍ୟାୟରେ ପଞ୍ଜାବର ଅଟ୍ଟାରୀ ଓ ଅମୃତସରରୁ ଏହି ଗହମ ଟ୍ରକରେ ପଠାଯାଇଛି । ତେବେ ଆଜି ୨୦ ହଜାର ମେଟ୍ରିକ ଟନ ଗହମ ପଠାଇଛନ୍ତି ସରକାର । ଜଲାଲାବାଦ ଓ ଆଫଗାନିସ୍ତାନକୁ ଏହି ଗହମ ପଠାଯାଇଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ପୂର୍ବରୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ୫୦ ହଜାର ମେଟ୍ରିକ ଟନ୍‌ ଗହମ ପଠା ଯାଇଥିଲା ।

ସୂଚନା ଅନୁସାରେ, ଭାରତ ସରକାର ଏହା ପୂର୍ବରୁ ଆଫଗାନିସ୍ତାନକୁ ୨.୫ ମେଟ୍ରିକ ଟନର ମେଡିକାଲ ଉପକରଣ ଓ ପୋଷାକ ସହାୟତା ପଠେଇଥିଲେ । ତେବେ ଏହା ଷଷ୍ଠ ଥରରେ ପୁଣି ବହୁତ ପରିମାଣରେ ଖାଦ୍ୟ ପଦାର୍ଥ ପଠାଇଛି ଭାରତ ।

ଅପରପକ୍ଷେ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଶିଖ୍‌ ଓ ହିନ୍ଦୁ ପ୍ରତିନିଧି ମଣ୍ଡଳୀ ସହ ଭେଟିବା ସହ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହ ବିଭିନ୍ନ ସମସ୍ୟା ଓ ଅସୁବିଧାର ସମାଧାନ ପାଇଁ ଆଗାମୀ ଦିନରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଫଗାନିସ୍ତାନ ନାଗରିକଙ୍କୁ ମାନବିକତା ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଭାରତ ସରକାର ପରିକର ବଦ୍ଧ ବୋଲି କହିଥିଲେ ।

ଅନ୍ୟପଟେ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି କୋଭିଡ ଟୀକା ଏବଂ ଅନ୍ୟ ଜରୁରୀକାଳୀନ ଜୀବନ ବଞ୍ଚାଇବା ଔଷଧ ପଠେଇବା ପରେ ପୂର୍ଣ୍ଣ ସାହାଯ୍ୟ କରିବ ଭାରତ ସରକାର ବୋଲି ପୂର୍ବରୁ ଅରିନ୍ଦିମ ବାଗ୍‌ଚୀ କହିଛନ୍ତି । ୩.୬ ଟନର ମେଡିକାଲ ସହାୟତା ଏବଂ ୫ ଲକ୍ଷ କୋଭିଡ୍‌ ଟୀକା ଡୋଜ ଆଫଗାନିସ୍ତାନକୁ ଭାରତ ପୂର୍ବରୁ ମଧ୍ୟ ପଠାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.