ETV Bharat / bharat

ଅକ୍ଟୋବର ୧୨ ସୁଦ୍ଧା ଭାରତରେ 5G ସେବା - ୫ ଜି ଟେଲିକମ ସେବା

ଅକ୍ଟୋବର ୧୨ ସୁଦ୍ଧା ଭାରତରେ କାର୍ଯ୍ୟକ୍ଷମ ହେବ 5G ଟେଲିକମ ସେବା । ସୂଚନା ଦେଲେ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁଇ ରୁ ୩ ବର୍ଷ ମଧ୍ୟରେ ଦେଶର ଅନ୍ୟ ସ୍ଥାନରେ ଉପଲବ୍ଧ କରାଇବା ନେଇ ରଖାଯାଇଛି ଲକ୍ଷ୍ୟ । ଅଧିକ ପଢନ୍ତୁ

ଅକ୍ଟୋବର ୧୨ ସୁଦ୍ଧା ଭାରତରେ 5G
ଅକ୍ଟୋବର ୧୨ ସୁଦ୍ଧା ଭାରତରେ 5G
author img

By

Published : Aug 25, 2022, 7:57 PM IST

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ 5G ଟେଲିକମ ସେବା । ଏହା ପାଇଁ କାର୍ଯ୍ୟ ମଧ୍ୟ ମିଶନମୋଡରେ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ ସୂଚନା ସାମ୍ନାକୁ ଆସିଛି । ଅକ୍ଟୋବର ୧୨ ତାରିଖ ସୁଦ୍ଧା ଦେଶରେ 5G ଟେଲିକମ ସେବା କାର୍ଯ୍ୟକ୍ଷମ କରିବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି, ‘‘ଆମେ ଅକ୍ଟୋବର ୧୨ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ମିଶନ ମୋଡରେ ସରକାର କାର୍ଯ୍ୟ ଜାରି ରଖିଛୁ । ଅକ୍ଟୋବର ମାସରେ ଏହି ସେବା ଦେଶରେ ଶୁଭାରମ୍ଭ ହେବାକୁ ଥିବାବେଳେ ଆସନ୍ତା ୨ ରୁ ୩ ବର୍ଷ ମଧ୍ୟରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏହି ସେବା ଉପଲବ୍ଧ ହେବ । ଟେଲିକମ ଅପରେଟରମାନଙ୍କ ଦ୍ବାରା ଇଷ୍ଟଲେସନ କାର୍ଯ୍ୟ ଜାରି ରହିଛି । ଅକ୍ଟୋବର ୧୨ ସୁଦ୍ଧା ଆମେ ଏହାର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ କରିବାନେଇ ଆଶା ରଖିଛୁ । ପରେ ଏହି ସେବାକୁ ସୁଲଭ ଭାବେ ସହରାଞ୍ଚଳ ସମେତ ଦେଶର ଅନ୍ୟପ୍ରାନ୍ତ ତଥା ଗ୍ରାମାଞ୍ଚଳରେ ମଧ୍ୟ ଶୁଭାରମ୍ଭ କରି ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି ।’’

ଗତ ସପ୍ତାହରେ କେନ୍ଦ୍ର ସରକାର ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ ନେଇ ଚିଠି ମଧ୍ୟ ଜାରି କରିସାରିଛନ୍ତି । ସେମାନେ 5G କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତୁତି କରନ୍ତୁ ବୋଲି ମଧ୍ୟ ସରକାର କହିସାରିଛନ୍ତି । ଏହି ପର୍ଯ୍ୟାୟରେ ଭାରତ 5G ସେବା ଉପଲବ୍ଧ କରାଇବାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ମଧ୍ୟ କୁହାଯାଉଛି । ସେହିପରି ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତିଶକ୍ତି ସଞ୍ଚାର ପୋର୍ଟାଲରୁ 5-G RoW (Right of Way) ମଧ୍ୟ ଲଞ୍ଚ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.