ETV Bharat / bharat

Quad Summit 2024: ଆୟୋଜକ ହେବ ଭାରତ, ଜାପାନରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

author img

By

Published : May 20, 2023, 9:46 PM IST

ଆସନ୍ତାବର୍ଷ (2024) ରେ ଭାରତରେ ଆୟୋଜିତ ହେବ କ୍ବାଡ ସମ୍ମିଳନୀ । ଜି7 ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଜାପନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ କଲେ ଘୋଷଣା । ଅନୁଷ୍ଠିତ ହେଲା କ୍ବାଡ ବୈଠକ । ଅଧିକ ପଢନ୍ତୁ

Quad Summit 2024: ଆୟୋଜକ ହେବ ଭାରତ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ କ୍ବାଡ ସମ୍ମିଳନୀ-2024 (Quad Summit 2024)ର ଆୟୋଜନ କରିବ ଭାରତ । ଆଜି (ଶନିବାର) ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନର ହିରୋସୀମା ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବର ସମୃଦ୍ଧି ଓ ଶାନ୍ତି ଦିଗରେ କ୍ବାଡ ତାର ନିରନ୍ତର ପ୍ରୟାସ ଜାରି ରଖିବ । ଆଜି ଜି7 ସମ୍ମିଳନୀ ଅବସରରେ 4 କ୍ବାଡ ରାଷ୍ଟ୍ରମୁଖ୍ୟ ଏକ ପୃଥକ ବୈଠକ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି ।

ଏହି 4 ଜଣିଆ କ୍ବାଡ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି, ସାମ୍ପ୍ରତିକ ସ୍ଥିତିରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା, ବାଣିଜ୍ୟ ସମେତ ଅନ୍ୟାନ୍ୟ ବୈଶ୍ବିକ ପ୍ରସଙ୍ଗରେ କ୍ବାଡ ସମ୍ମିଳନୀର ଥିବା ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଦର୍ଶାଇଥିଲେ । ବିଶ୍ବର ସମୃଦ୍ଧି ଓ ଶାନ୍ତି ଦିଗରେ କ୍ବାଡ ଗୁରୁ ଦାୟିତ୍ବ ନିର୍ବାହ କରିଆସିଛି ଓ ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବା ନେଇ କହିବା ସହ ଆସନ୍ତା ତଥା 2024 ସମ୍ମିଳନୀର ଆୟୋଜନ ଦାୟିତ୍ବ ଭାରତ ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ।

ଏହି 4 ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଅନ୍ତର୍ଜାତୀୟ ସମ୍ମିଳନୀ 2007 ରେ ଆରମ୍ଭ କରାଯାଇଥିଲା । ଏଥିରେ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସଦସ୍ୟ ଭାବେ ରହିଛନ୍ତି । ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀର ପ୍ରସ୍ତାବକ ଦିବଙ୍ଗତ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଥିଲେ । ଏହା ମୁଖ୍ୟତଃ 4 ରାଷ୍ଟ୍ର ବିଶିଷ୍ଟ ଏକ ଅନ୍ତର୍ଜାତୀୟ ସୁରକ୍ଷା ଫୋରମ । ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସୁରକ୍ଷା ଏହି ଫୋରମର ମୌଳିକ ଉଦ୍ଦେଶ୍ୟ ମଧ୍ୟ ।

ଜାପାନର ହିରୋସୀମାରେ ଆୟୋଜିତ ଜି୭ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥରେ ୭ଟି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ହୋଇଛନ୍ତି । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହାସହ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୋଦି କହିଛନ୍ତି, ବିଶ୍ବର କଲ୍ୟାଣ ପାଇଁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ମୋଦିଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଗତକାଲି (ଶୁକ୍ରବାର) ଠାରୁ ୬ ଦିନିଆ ବିଦେଶ ଗସ୍ତ ଆରମ୍ଭ କରିଛନ୍ତି । ଏହି ଗସ୍ତରେ ସେ ଜାପାନରେ ଆୟୋଜିତ ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ପରେ ପାପୁଆ-ନ୍ୟୁ-ଗିନି ଓ ଅଷ୍ଟ୍ରେଲିଆ ମଧ୍ୟ ଗସ୍ତ କରିବେ । ଜାପାନ ବ୍ୟତୀତ ଏହି ଦୁଇ ଦେଶରେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.