ETV Bharat / bharat

ବିଶ୍ବ ଶକ୍ତି ପାଲଟିବ ଭାରତ: ଆକାଶ ଓ ଅସ୍ତ୍ରକୁ ନେଇ ମଧ୍ୟ ହେବ ଡିଲ୍‌ ! - ଆକାଶ, ଅସ୍ତ୍ର, ଆଣ୍ଟି ଟ୍ୟାଙ୍କ୍‌ ମିଶାଇଲ ଡିଲ୍‌ କରିବ ଭାରତ

ଆଗାମୀ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ନୂଆ ଇତିହାସ ଲେଖିବାକୁ ଯାଉଛି । ଫିଲିପାଇନ୍ସ ସହ ଡିଲ୍‌ କରି ଏହି ଅଧ୍ୟାୟର ଶୁଭାରମ୍ଭ କରିଛି ଭାରତ । ଅଧିକ ପଢ଼ନ୍ତୁ

india to deal Akash, Astra, anti tank missiles with other interested countries
ବିଶ୍ବ ଶକ୍ତି ପାଲଟିବ ଭାରତ: ଆକାଶ, ଅସ୍ତ୍ରକୁ ନେଇ ମଧ୍ୟ ହେବ ଡିଲ୍‌
author img

By

Published : Jan 28, 2022, 4:55 PM IST

ନୂଆଦିଲ୍ଲୀ: ଆଗାମୀ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ନୂଆ ଇତିହାସ ଲେଖିବାକୁ ଯାଉଛି । ଫିଲିପାଇନ୍ସ ସହ ଡିଲ୍‌ କରି ଏହି ଅଧ୍ୟାୟର ଶୁଭାରମ୍ଭ କରିଛି ଭାରତ । DRDO ବିକଶିତ କରିଥିବା ବ୍ରହ୍ମୋସ ସୁପରସୋନିକ ଆଣ୍ଟି କ୍ରୁଜ୍‌ ମିଶାଇଲ୍‌ ଫିଲିପାଇନ୍ସକୁ ଯୋଗାଇବ ଭାରତ । ଖାଲି ସେତିକି ନୁହେଁ ଆଗାମୀ ଦିନରେ ଆକାଶ, ଅସ୍ତ୍ର, ଆଣ୍ଟି ଟ୍ୟାଙ୍କ୍‌ ମିଶାଇଲକୁ ନେଇ ଭାରତ ଡି୍‌ଲ କରିବ ।

ବିଶ୍ବ ଶକ୍ତି ପାଲଟିବ ଭାରତ: ଆକାଶ, ଅସ୍ତ୍ରକୁ ନେଇ ମଧ୍ୟ ହେବ ଡିଲ୍‌

ଉପରୋକ୍ତ ଅସ୍ତ୍ରଗୁ଼ଡ଼ିକୁ ଭାରତର କେତେକ ବନ୍ଧୁ ରାଷ୍ଟ୍ର ପସନ୍ଦ କରିଛନ୍ତି । ଭବିଷ୍ୟତରେ ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ର ସହ ଅନ୍ୟ କେତେକ ପ୍ରତରକ୍ଷା ଟେକ୍ନୋଲୋଜୀକୁ ନେଇ ଡିଲ୍‌ କରିବ ଭାରତ । ଏହାକୁ ନେଇ DRDO ସଚିବ ଡକ୍ଟର ସତୀଶ ରେଡ୍ଡି ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ମାଇଲଷ୍ଟୋନ: ଫିଲିପାଇନ୍ସକୁ ବ୍ରହ୍ମୋସ ମିସାଇଲ ଦେବ ଭାରତ, ଡିଲରେ ଲାଗିଲା ମୋହର

ଏହାକୁ ନେଇ ଡକ୍ଟର ସତୀଶ ରେଡ୍ଡି କହିଛନ୍ତି ଯେ, "ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜୀ ଅସ୍ତ୍ରଶସ୍ତ୍ର ବିକାଶ କରିବା ଦିଗରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ତା ସହିତ ଏଭଳି ଅତ୍ୟାଧୁନିକ ଅସ୍ତ୍ରଗୁଡ଼ିକୁ ନେଇ ବନ୍ଧୁରାଷ୍ଟ୍ର ସହ ଡିଲ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଆକାଶ, ଅସ୍ତ୍ର, ଆଣ୍ଟି ଟ୍ୟାଙ୍କ୍‌ ମିଶାଇଲ ଓ ଟରପେଡୋ ଭଳି ଅସ୍ତ୍ର ସାମିଲ ରହିଛି । ଏହି ସବୁ ଅସ୍ତ୍ର ସହ ଆଗାମୀ ଦିନରେ ଭାରତ ବହୁ ଟେକ୍ନୋଲୋଜୀ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଦେବ ।"

ସେପଟେ ଭାରତର ବର୍ତ୍ତମାନ ଅସ୍ତ୍ରଶସ୍ତ୍ରକୁ ନେଇ ଡିଲ୍‌ କରିବା ପରେ ବିଶ୍ବ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଚୀନ ଭାରତର ପଡ଼ୋଶୀ ରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଯୋଗାଇ ନିଜ ଆଧିପତ୍ୟ ଜାହିର କରୁଥିବା ବେଳେ ଭାରତ ମଧ୍ୟ ନିଜର ଦମ୍‌ ଦେଖାଇବା ଆରମ୍ଭ କରିଛି । କେତେକ ବୈଦଶିକ ନୀତି ଏକ୍ସପର୍ଟ ଏହାକୁ ଭାରତର ଚୀନକୁ ଘେରିବା କୁଟନୀତି ବୋଲି ମଧ୍ୟ ଆଲୋଚନା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.