ନୂଆଦିଲ୍ଲୀ: ମିଆଁମାର ନାଗରିକ ଅନୁପ୍ରବେଶ ରୋକିବା ପାଇଁ ସୀମାରେ ସୁରକ୍ଷା କଡାକଡି କଲା ଭାରତ । ମିଆଁମାରରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ ନେଇ ଭାରତ ଚିନ୍ତାପ୍ରକଟ କରିଛି । ଏହାର ଫାଇଦା ନେଇ ମିଆଁମାର ନାଗରିକ ଭାରତରେ ଅନୁପ୍ରବେଶ କରିପାରନ୍ତି ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଭାରତର ଉତ୍ତରପୂର୍ବାଞ୍ଚଳର ସୀମାରେ ଆସାମ ରାଇଫଲସ ସମେତ ଅନ୍ୟ ଅର୍ଦ୍ଧସାମରିକ ବଳକୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ଯେ ଭଳିକି କୌଣସି ମିଆଁମାର ନାଗରିକ ଭାରତ ପ୍ରବେଶ କରିପାରିବେ ନାହିଁ ।
ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡିକର ସୀମା ସୁରକ୍ଷାରେ ଆସାମ ରାଇଫଲସ ନିୟୋଜିତ କରାଯାଇଛି । ଏହା ସହ ବାଂଲାଦେଶ ସୀମାରେ ବିଏସଏଫ ନିୟୋଜିତ କରାଯାଇଛି । ଭାରତ ସରକାରଙ୍କ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସୀମାରେ ମିଆଁମାର କୌଣସି ନାଗରିକ ବିନା ଭିସା କିମ୍ବା କୌଣସି ପରିଚୟ ପତ୍ର ବିନା ଭାରତ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମିଆଁମାର ନାଗରିକ ମାନେ ବିଶେଷ କରି ମିଜୋରମ ଓ ନାଗାଲାଣ୍ଡରେ ପ୍ରବେଶ ପାଇଁ ଚେଷ୍ଟା କରିଥାନ୍ତି ।
ମିଆଁମାର ଗଣତାନ୍ତ୍ରିକ ସରକାରକୁ ବରଖାସ୍ତ କରି ସେଠାକାର ଆର୍ମି କ୍ଷଣତା ଦଖଲ କରିଛି । ଆନ କି ସୁଙ୍କ ନେତୃତ୍ବରେ ଚାଲିଥିବା ସରକାରକୁ ବରଖାସ୍ତ କରିଛି ମିଆଁମାର ସେନା । ବର୍ତ୍ତମାନ ମିଆଁମାରରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ଫଳର ଦେଶର ନାଗରିକ ମାନେ ଅନ୍ୟ ପଳାୟନ କରୁଛନ୍ତି । ସୂଚନାଥାଉକି 1988 ମିଆଁମାର ବିଦ୍ରୋହ ବେଳେ ସେଠାରେ ନରସଂହାର ହୋଇଥିଲା ଏବଂ ସେତେବେଳେ ଭାରତରେ ବହୁପରିମାଣରେ ମିଆଁମାର ନାଗରିକ ଅନୁପ୍ରବେଶ କରିଥିଲେ ।