ETV Bharat / bharat

India-China Clash: ବିନା ଗୁଳିରେ ଡ୍ରାଗନ ଥରହର ! ଏହି ହତିଆରରେ ଚୀନ ଯବାନଙ୍କୁ ପିଟିଲେ ଭାରତୀୟ ସେନା, ଫଟୋ ଭାଇରାଲ

author img

By

Published : Dec 13, 2022, 5:56 PM IST

ଭାରତ ଓ ଚୀନ ସେନା ସଂଘର୍ଷରେ ଗୁଳିଗୋଳା ନୁହେଁ, ପାରମ୍ପରିକ ହତିଆରରେ ଡ୍ରାଗନ ସେନାର ଯବାନଙ୍କୁ ତଡିବାରେ ସଫଳ ହୋଇଛି ଭାରତୀୟ ସେନା (clash in LAC)। ଦେଖନ୍ତୁ କ’ଣ ସବୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ଭାରତୀୟ ଯବାନ । ଅଧିକ ପଢନ୍ତୁ

India China Clash: କେମିତ ଡ୍ରାଗନ ସେନାକୁ ମୁହଁତୋଡ ଜବାବ ଦେଲା ଭାରତ

ହାଇଦ୍ରାବାଦ: 9 ତାରିଖରେ ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଦୁଇ ସେନା ମଧ୍ୟରେ ସଂଘର୍ଷ (clash in LAC)। ହେଲେ ଏଥିରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଅନୁପ୍ରବେଶ ଉଦ୍ଦେଶ୍ୟରେ ଆସିଥିବା 3ଶହ ଚୀନ୍‌ ଯବାନଙ୍କ ଉପରେ ଭାରି ପଡିଛନ୍ତି ଭାରତୀୟ ଯବାନ (Indian troops sent back Chinese troops without gun) । ଡ୍ରାଗନ ସେନାର ସମସ୍ତ ଯବାନ ନିଜ ସୀମାକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । କେବଳ ଏତିକି ନୁହେଁ, ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଧସ୍ତାଧସ୍ତିରେ ଭାରତ ଠାରୁ ଅଧିକ ଚୀନର ଯବାନ ଆହତ ହୋଇଛନ୍ତି । ହେଲେ ଏକଥା ଚୀନ୍‌ ସ୍ବୀକାର କରିବାକୁ ନାରାଜ । ହେଲେ ଏହି ପ୍ରତିରୋଧରେ ଗୁଳି କିମ୍ବା କୌଣସି ରାଇଫଲ ବ୍ୟବହାର କରାଯାଇନଥିଲା । କେବଳ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭାରତୀୟ ଯବାନମାନେ ଚୀନ ଯବାନଙ୍କୁ ଭରତୀୟ ଅଞ୍ଚଳରୁ ତଡିବାରେ ସଫଳ ହୋଇଥିଲେ ।

India China Clash: ଗୁଳିଗୋଳା ନୁହେଁ, ପାରମ୍ପରିକ ହତିଆରରେ ଡ୍ରାଗନକୁ ମୁହଁତୋଡ ଜବାବ ଦେଲା ଭାରତ

ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ଚୁକ୍ତି ଅନୁସାରେ, ଏଲଏସିରେ କୌଣସି ପକ୍ଷ ପରସ୍ପର ବିରୋଧରେ ଗୁଳିଗୋଳା କିମ୍ବା ସାମରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ ନାହିଁ । ହେଲେ 2020 ଗଲଓ୍ବାନ ସଂଘର୍ଷ ପରେ ଏପରି ସ୍ଥିତିର ସମ୍ଭାବ୍ୟ ମୁକାବଲା ପାଇଁ ବିକଳ୍ପ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ସେନା । ବନ୍ଧୁକ, ରାଇଫଲ ବଦଳରେ ଯବାନଙ୍କ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରହିଛି । ଏଗୁଡିକ ମଧ୍ୟରେ ରହିଛି, ଭାଲା ସଦୃଶ ଆଇରନ ରଡ, ଛୁରୀ ଓ ଅନ୍ୟ ସାମଗ୍ରୀ । ଯାହାକୁ DRDO ଦ୍ବାରା ବିକଶିତ କରାଯାଇଛି । ଏହା ଚୁକ୍ତିରେ ନିଷେଧ କରାଯାଇଥିବା ମାରଣାସ୍ତ୍ର ଶ୍ରେଣୀରେ ଆସୁନାହିଁ । କିନ୍ତୁ କୌଣସି ଅନୁପ୍ରବେଶକାରୀଙ୍କୁ ବାଧା ଦେବା କିମ୍ବା ପ୍ରତିରୋଧ କରିବା ପାଇଁ ଏହି ହତିଆର ସମ୍ପୂର୍ଣ୍ଣ ପ୍ରଭାବୀ । ଏହି ସବୁ ଅସ୍ତ୍ର ଏଲଏସିରେ ମୁତୟନ ଭାରତୀୟ ସେନା ଯବାନଙ୍କ ହାତରେ ରହିଛି । ଯାହାର କି ଉପଯୋଗ 9 ତାରିଖରେ ଘଟିଥିବା ସଂଘର୍ଷରେ ହୋଇଥିବା କୁହାଯାଇଛି ।

2020 ମସିହା ଗଲଓ୍ବାନ ଉପତ୍ୟାକାରେ ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଚୀନର ଅନେକ ଯବାନ ନିହତ ହୋଇଥିଲେ ସୁଦ୍ଧା ସଂଖ୍ୟା ସ୍ପଷ୍ଟ କରିନଥିଲା ଜିନପିଙ୍ଗ ସରକାର । ହେଲେ ଗତଥରର ଅନୁଭବରୁ ମୁକାବିଲା ରଣନୀତିକୁ ଆହୁରି ବ୍ୟାପକ କରିଛି ଭାରତୀୟ ସୁରକ୍ଷା ବଳ । ଫଳରେ ଚଳିତ ଥର 3ଶହ ଡ୍ରାଗନ ସେନାର ପଛକୁ ହଟିବାକୁ ବାଧ୍ୟ ହୋଇଛନ୍ତି ।

ଘଟଣା ସମ୍ପର୍କରେ ସଂସଦରେ ବିବୃତ୍ତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି, "ଏଲଏସି ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନ ଯବାନମାନ ଅନୁପ୍ରବେଶକୁ ଆମ ଯବାନ ଏହାର ଦୃଢତାର ସହ ପ୍ରତିରୋଧ କରିଥିଲେ । ଏଥିରେ ଆମର କେହି ଯବାନ ମୃତ କିମ୍ବା ଗୁରୁତର ଭାବେ ଆହତ ହୋଇନାହାନ୍ତି । ଦେଶ ଆମର ଯବାନଙ୍କ ସାହାସିକତାକୁ ପ୍ରଶଂସା କରିବା ଉଚିତ ।’’ ଅନ୍ୟପଟେ ଘଟଣା ପରେ ପୂର୍ବ-ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାରେ ଉଭୟ ସ୍ଥଳସେନା ଓ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବାୟୁସେନାର ଯୁଦ୍ଧ ବିମାନ ଉଡାଣ ଭରି କମ୍ବାଟ ପାଟ୍ରୋଲିଂ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.