ନୂଆଦିଲ୍ଲୀ: ଦେଶରେ ମାଡୁଛି ମହାମାରୀ । ୩ ଲକ୍ଷ ଉପରେ ରହୁଛି ଦୈନିକ ସଂକ୍ରମଣ । ଗତକାଲି(ରବିବାର) ଅପେକ୍ଷା ଆଜି ଦେଶରେ ସଂକ୍ରମଣ 27,469 କମିଥିଲେ ହେଁ ପଜିଟିଭ ମାମଲା ୩ ଲକ୍ଷ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 3,06,064 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି((India reports 3,06,064 fresh COVID cases) । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତକାଲିର ପଜିଟିଭ ରେଟ ଅନୁସାରେ ୮ ପ୍ରତିଶତ କମ ରହିଛି । ସେହିପରି ଦିନକରେ ଦେଶରୁ 439 ଜଣଙ୍କ ଜୀବନ ନେଇଛି ମହାମାରୀ ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା 22,49,335ରେ ପହଞ୍ଚିଛି । ଗତକାଲି ପଜିଟିଭ ହାର 17.78%କୁ ହ୍ରାସ ହୋଇଥିଲା ମାତ୍ର ଆଜି ପଜିଟିଭିଟି ରେଟ ୨୦. ୭୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହା ସହ ୨୪ ଘଣ୍ଟାରେ ଦେଶରେ 2,43,495ଜଣ ସୁସ୍ଥ ହୋଇଛନ୍ତି ।