ETV Bharat / bharat

INDIA CORONA: ଦିନକରେ ୩.୩୩ ଲକ୍ଷ ନୂଆ ସଂକ୍ରମିତ - ଭାରତ ଦୈନିକ କୋରୋନା ରିପୋର୍ଟ

ଆଜି ବି ୩ ଲକ୍ଷ ପାର୍ କଲା ପଜିିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩.୩୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୩.୩୩ ଲକ୍ଷ ନୂଆ ସଂକ୍ରମିତ

author img

By

Published : Jan 23, 2022, 9:19 AM IST

Updated : Jan 23, 2022, 9:48 AM IST

ନୂଆଦିଲ୍ଲୀ: ଭାରତରେ କାୟା ମେଲାଇଛି ମହାମାରୀ । ୩ ଲକ୍ଷ ଉପରେ ରହୁଛି ଦୈନିକ ସଂକ୍ରମଣ । ଗତକାଲି(ଶନିବାର) ଅପେକ୍ଷା ଆଜି ଦେଶରେ ସଂକ୍ରମଣ ସାମାନ୍ୟ କମିଥିଲେ ହେଁ ପଜିଟିଭ ମାମଲା ୩ ଲକ୍ଷ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 3,33,533 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି((India reports 3.33 lakh fresh COVID cases), ଯାହା ପୂର୍ବଦିନ ତୁଳନାରେ 4,171 କମ୍ । ସେହିପରି ଦିନକରେ ଦେଶରୁ 2,59,168 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 525 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ମୁତାବକ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 21,87,205ରେ ପହଞ୍ଚିଛି । ଭାରତର ପଜିଟିଭ ହାର 17.78%କୁ ହ୍ରାସ ପାଇଛି ଏବଂ ସୁସ୍ଥହାର 93.18% ରହିଛି । ଏବେ ସୁଦ୍ଧା ଦେଶରୁ ମୋଟ 3,65,60,650 ଜଣ କୋରୋନା ସୁସ୍ଥ ହୋଇଛନ୍ତି । ସେହିପରି ଏଯାବତ୍ ମୋଟ 71.55 କୋଟି କୋରୋନା ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2022, 9:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.