ETV Bharat / bharat

India Corona: କମିଲା ସଂକ୍ରମଣ, 6 ହଜାରରୁ କମ୍ ସଂକ୍ରମିତ ଚିହ୍ନଟ - ଦେଶରେ କୋରୋନା ହାର

ଦେଶରେ କମିଲା ସଂକ୍ରମଣ । ଦିନକରେ ୫ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona
India Corona
author img

By

Published : Apr 9, 2023, 11:06 AM IST

Updated : Apr 9, 2023, 12:08 PM IST

ନୂଆଦିଲ୍ଲୀ: ଦେଶରେ କମିଲା କୋରୋନା ସଂକ୍ରମଣ । କିଛି ଦିନ ହେବ ସଂକ୍ରମଣ ଲଗାତାର ୬ ହଜାର ଉପରେ ରହୁଥିବା ବେଳେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୫ ହଜାର ୩୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି(ଶନିବାର) ଏହି ମାମଲା ୬ ହଜାର ୧୫୫ ରହିଥିଲା ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦିନକରେ ୫ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୩୨ ହଜାର ୮୧୪ରେ ପହଞ୍ଚିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୭୨୬ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାସହିତ ମୋଟ ସୁସ୍ଥ ସଂଖ୍ୟା ୪ କୋଟି ୪୧ ଲକ୍ଷ ୯୨ ହଜାର ୮୩୭ରେ ପହଞ୍ଚିଛି । ତେବେ ଆଶ୍ବସ୍ତିର ବିଷୟ ଯେ, କୋରୋନା ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସୁସ୍ଥତା ହାର ବର୍ତ୍ତମାନ ୯୮.୭୪ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ଫେରିଲା କୋରୋନା କଟକଣା, ହରିୟାଣାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସେପଟେ ଦିନକୁ ଦିନ କୋରୋନା ଟୀକାକରଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମାତ୍ର ୬୫୯ ଜଣ ଟିକା ନେଇଛନ୍ତି । ଏଯାବତ ୨୨୦ କୋଟିରୁ ଅଧିକ କୋରୋନା ଟିକା ନେଇଥିବାବେଳେ ୯୫.୨୧ କୋଟି ସେକେଣ୍ଡ ଡୋଜ ଏବଂ ୨୨.୮୭ ବୁଷ୍ଟର ଡୋଜ ନେଇଛନ୍ତି । ଆକ୍ଟିଭ ସଂକ୍ରମିତଙ୍କ ହାର ୦.୦୭ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୯୮.୭୪ ରହିଛି । ଅନ୍ୟପଟେ ଦୈନିକ ସଂକ୍ରମଣ ହାର ୩.୩୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୩.୫୪ ପ୍ରତିଶତ ରହିଛି ।

କୋରୋନାର ଲମ୍ବା ଡିଆଁ ପରେ ଆଜି ଟିକେ ସଂଖ୍ୟା ହ୍ରାସ ପାଇଛି । କିନ୍ତୁ ସାମାନ୍ୟ ହ୍ରାସ ପାଇଥିଲେ ହେଁ ବିପଦ ବର୍ତ୍ତମାନ ସୁଦ୍ଧା ଟଳି ନାହିଁ । ଯଦି ଆଗକୁ ସଂକ୍ରମଣ ମାମଲା ବୃଦ୍ଧି ପାଏ ତାହେଲେ ଚତୁର୍ଥ ଲହରକୁ ରୋକି ହେବ ନାହିଁ ।

ପ୍ରକାଶଥାଉ କି, ଦେଶରେ ସଂକ୍ରମଣ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କେତେକ ରାଜ୍ୟଗୁଡିକରେ କଟକଣା କଡାକଡି କରାଯାଇଛି । ହରିୟାଣାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ହରିୟାଣା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଲେଟିନ ଜାରି କରି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2023, 12:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.