ETV Bharat / bharat

INDIA CORONA: ୨.୩୪ ଲକ୍ଷ ନୂଆ ସଂକ୍ରମିତ, ବଢୁଛି ମୃତ୍ୟୁସଂଖ୍ୟା - ଭାରତ କୋରୋନା

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 2,34,281 ନୂଆ ସଂକ୍ରମିତ ଚିହ୍ନଟ । ସଂକ୍ରମଣ କମୁଥିଲେ ହେଁ ବଢୁଛି ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ

INDIA CORONA: ୨.୩୫ ଲକ୍ଷ ନୂଆ ସଂକ୍ରମିତ, ବଢୁଛି ମୃତ୍ୟୁସଂଖ୍ୟା

author img

By

Published : Jan 30, 2022, 9:15 AM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଅଢେଇ ଲକ୍ଷ ତଳେ ରହୁଛି ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 2,34,281 ନୂଆ ସଂକ୍ରମିତ ଚିହ୍ନଟ(India reports 2.34 new covid cases) ହୋଇଛନ୍ତି । ଗତକାଲି(ଶନିବାର) ଏହି ସଂଖ୍ୟା 2.35 ଲକ୍ଷ ଥିଲା । ସେହିପରି ଦିନକରେ 3,52,784 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ 893 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 18,84,937ରେ ପହଞ୍ଚିଛି । ଏବେ ଦେଶର ଦୈନିକ ପଜିଟିଭ୍ ରେଟ୍ 14.50% ରହିଛି । ଏଯାବତ୍ 1,65,70,60,692 କୋଟି ଭ୍ୟାକ୍ସିନ ଡୋଜ୍ ଦିଆସରିଛି । ଶନିବାର ଗୋଟିଏ ଦିନରେ 53 ଲକ୍ଷ ଡୋଜ୍ ଟୀକାକରଣ ହୋଇଛି । ସେହିପରି ଏବେସୁଦ୍ଧା ଦେଶର ୭୫ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇସାରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.