ETV Bharat / bharat

INDIA CORONA: ବଢିଲା ସଂକ୍ରମଣ, ୩ ଲକ୍ଷ ମୁହାଁ ପଜିଟିଭ ମାମଲା

ଭାରତରେ ପୁଣି ବେକାବୁ ହେଲା ମହାମାରୀ । ଦିନକରେ 2,82,970 ନୂଆ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ବଢିଲା ସଂକ୍ରମଣ, ୩ ଲକ୍ଷ ମୁହାଁ ପଜିଟିଭ ମାମଲା
INDIA CORONA: ବଢିଲା ସଂକ୍ରମଣ, ୩ ଲକ୍ଷ ମୁହାଁ ପଜିଟିଭ ମାମଲା
author img

By

Published : Jan 19, 2022, 9:45 AM IST

ନୂଆଦିଲ୍ଲୀ: ଭାରତରେ ପୁଣି ଉପରମୁହାଁ ହେଲା କୋରୋନା ଗ୍ରାଫ୍ । ଅଢେଇ ଲକ୍ଷ ପାର୍ କଲା ସଂକ୍ରମଣ । ଦୁଇ ଦିନ ହେଲା ଦେଶରେ ସଂକ୍ରମଣ ସାମାନ୍ୟ କମିଥିବାବେଳେ ଏବେ ପୁଣି ବେକାବୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,82,970 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(India reports 2,82,970 fresh COVID cases) । ଯାହା ଗତକାଲି(ମଙ୍ଗଳବାର) ତୁଳନାରେ 44,889 ଅଧିକ । ସେହିପରି ଦିନକରେ ଦେଶରେ 1,88,157 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 441 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 18,31,000ରେ ପହଞ୍ଚିଛି । ଦେଶରେ ପଜିଟିଭ ରେଟ୍ ଗତକାଲି 14.43% ଥିବାବେଳେ ଆଜି 15.13%କୁ ବୃଦ୍ଧି ପାଇଛି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 8,961 ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.