ETV Bharat / bharat

INDIA CORONA: ଦେଶରେ ସାଢେ ୩ ଲକ୍ଷ ମୁହାଁ ସଂକ୍ରମଣ - ଭାରତ କୋରୋନା

ଦେଶରେ ପୁଣି ୩ ଲକ୍ଷ ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩.୪୭ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦେଶରେ ସାଢେ ୩ ଲକ୍ଷ ମୁହାଁ ସଂକ୍ରମଣ

author img

By

Published : Jan 21, 2022, 9:21 AM IST

Updated : Jan 21, 2022, 9:31 AM IST

ନୂଆଦିଲ୍ଲୀ: ଭାରତରେ ବେକାବୁ ହେଉଛି ମହାମାରୀ । ପୁଣି ୩ ଲକ୍ଷ ଟପିଲା ସଂକ୍ରମଣ । ଗତକାଲି(ଗୁରୁବାର) ପଜିଟିଭ ମାମଲା ୩ ଲକ୍ଷ ପାର୍ କରିଥିବାବେଳେ ଆଜି(ଶୁକ୍ରବାର) ଏହା ସାଢେ ୩ ଲକ୍ଷ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 3,47,254 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3.47 lakh fresh COVID cases), ଯାହାକି ଗତକାଲି ତୁଳନାରେ 29,722 ବା ୯ ପ୍ରତିଶତ ଅଧିକ । ପଜିଟିଭ ମାମଲା ବଢିବା ସହ ସୁସ୍ଥସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ଦେଶରେ ଦିନକରେ 2,51,777 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 703 ଜଣଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 20,18,825ରେ ପହଞ୍ଚିଛି । ସଂକ୍ରମଣ ଏତେ ସ୍ପିଡ୍‌ରେ ବଢୁଛି ଯେ, ଏବେ ଭାରତର ପଜିଟିଭ ହାର 17.94%କୁ ବୃଦ୍ଧି ପାଇଛି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 9,692 ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଛି । ଯାହା ଗତକାଲି ତୁଳନାରେ ୪.୩୬ ପ୍ରତିଶତ ଅଧିକ ରହିଛି ।

@ANI

Last Updated : Jan 21, 2022, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.