ETV Bharat / bharat

India Corona: ପୁଣି ବଢିଲା ସଂକ୍ରମଣ, ଦିନକରେ 8822 ନୂଆ ସଂକ୍ରମିତ - ଭାରତ କୋରୋନା ରିପୋର୍ଟ

ଦେଶରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 8,822 ନୂଆ ସଂକ୍ରମିତ ଚିହ୍ନଟ ।

India Corona: ପୁଣି ବଢିଲା ସଂକ୍ରମଣ, ଦିନକରେ 8822 ନୂଆ ସଂକ୍ରମିତ

author img

By

Published : Jun 15, 2022, 9:43 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ । ଗତକାଲି(ମଙ୍ଗଳବାର) ଦୈନିକ ସଂକ୍ରମଣ ୭ ହଜାର ତଳକୁ ଖସିଥିବା ଏବେ ଏହା ପୁଣି ୯ ହଜାର ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 8,822 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 8,822 fresh Covid Cases) । ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କେବଳ 15 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ 5,718 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 53,637ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ରେଟ୍ ମଧ୍ୟ ବଢିଚାଲିଛି । ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ 2% ରହିଛି । ସେହିପରି ଦେଶରେ ଏଯାବତ 4,26,67,088 ଜଣ ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ 5,24,792 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 195 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 13,58,607 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.