ETV Bharat / bharat

India Covid Reports: ୧୦ ହଜାର ତଳେ ଦୈନିକ ସଂକ୍ରମଣ - ଭାରତ କୋରୋନା ଅପଡେଟ୍

ଭାରତରେ ତଳମୁହାଁ ରହିଛି କୋରୋନା ସଂକ୍ରମଣ(Corona infections)। ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୮,୫୦୩ ନୂଆ ସଂକ୍ରମିତ । ଅଧିକ ପଢନ୍ତୁ

INDIA CORONA: ତଳମୁହାଁ ସଂକ୍ରମଣ, ୮,୫୦୩ ନୂଆ ସଂକ୍ରମିତ

author img

By

Published : Dec 10, 2021, 10:26 AM IST

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଓମିକ୍ରନ ଭୟାବହତା ଲାଗି ରହିଛି । ଭାରତରୁ ମଧ୍ୟ କିଛି ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି । ଏହାସତ୍ତ୍ବେ ମଧ୍ୟ ଦେଶରେ ତଳମୁହାଁ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରୁ ମୋଟ ୮,୫୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ କୋରୋନା ଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି । ଗୋଟିଏ ଦିନରେ ପୁଣି ୬୨୪ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେହିପରି ୭, ୬୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୯୪,୯୪୩ଟି ସକ୍ରିୟ ମାମଲା ରହିଛି । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥସଂଖ୍ୟା ୩,୪୧,୦୫,୦୬୬କୁ ବୃଦ୍ଧି ପାଇଛି । କୋରୋନା ଆରମ୍ଭରୁ ଗତକାଲି ସୁଦ୍ଧା ୬୫,୩୨,୪୩,୫୩୯ଟି ସାମ୍ପୂଲ ଟେଷ୍ଟ କରାଯାଇଛି । ଗତକାଲି କେବଳ ୧୨,୯୩,୪୧୨ଟି ଟେଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.