ETV Bharat / bharat

India Corona: ପୁଣି ବଢିଲା ସଂକ୍ରମଣ, ଦିନକରେ 3712 ପଜିଟିଭ - କୋରୋନା ଅପଡେଟ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,712 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 3,712 fresh Covid Cases) । ଅଧିକ ପଢନ୍ତୁ

India corona:ଦିନକରେ 3712 ସଂକ୍ରମିତ ଚିହ୍ନଟ,5 ମୁଣ୍ତ ନେଲା ମହାମାରୀ

author img

By

Published : Jun 2, 2022, 9:37 AM IST

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କୋରୋନା ଗ୍ରାଫ । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍‌ ହେଲେ ପରଦିନ ବୃଦ୍ଧି ହେଉଛି। ଆଜି ତିନି ହଜାର ଉପରେ ରହିଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3,712 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 3,712 fresh Covid Cases) । ସଂକ୍ରମଣ ବୃଦ୍ଧି ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ ରହିଛି । ଦିନକରେ 5 ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାସହ 2,584 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 19 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 19,509 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.84%ରହିଛି । ଦେଶରେ ଏଯାବତ ୪୨,୬୨,୦୩,୯୪ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ୫,୨୪,୬୪୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1, 93,70, 51,104 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.