ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଲଗାତର 4ଲକ୍ଷ ପାର୍ କରି ରେକର୍ଡ କରୁଥିବା ବେଳେ ଆଜି ଏଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । 24 ଘଣ୍ଟାରେ ଦେଶରେ 3 ଲକ୍ଷ 29 ହଜାର 942 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 29 ଲକ୍ଷ 92 ହଜାରର 517ରେ ପହଞ୍ଚିଛି । ଦିନକେର 3ଲକ୍ଷ 56 ହଜାର 082ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି 24 ଘଣ୍ଟାରେ 3ହଜାର 876ଜଣ କୋରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ଲକ୍ଷ 49 ହଜାର 992ରେ ପହଞ୍ଚିଛି । ସେହିପରି 19027304ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଦେଶରେ 37ଲକ୍ଷ 15 ହଜାର 221ଟି ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । 24ଘଣ୍ଟାରେ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ଏବେ ସୁଦ୍ଧା 17,27,10,006ଜଣଙ୍କୁ ଟୀକାକରଣ କରଯାଇଛି ।
@ANI