ETV Bharat / bharat

ଦିନକରେ 31,382 ନୂଆ ସଂକ୍ରମିତ ଚିହ୍ନଟ, ୩୧୮ ମୃତ

ପୁଣି ୩୦ ହଜାର ପାର୍ କଲା ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ମୋଟ ୩୧, ୩୮୨ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

ଦିନକରେ 31,382 ନୂଆ ସଂକ୍ରମିତ ଚିହ୍ନଟ, ୩୧୮ ମୃତ
ଦିନକରେ 31,382 ନୂଆ ସଂକ୍ରମିତ ଚିହ୍ନଟ, ୩୧୮ ମୃତ
author img

By

Published : Sep 24, 2021, 9:51 AM IST

ନୂଆଦିଲ୍ଲୀ: ଆସିଲା ଭାରତର ଦୈନିକ କୋଭିଡ ସଂକ୍ରମଣ ରିପୋର୍ଟ । ପୁଣି ୩୦ ହଜାର ପାର୍ କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୩୧,୩୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୩୧୮ ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ ଏବଂ ମୋଟ ୩୨, ୫୪୨ ଜଣ ସୁସ୍ଥ ହୋଇଛନ୍ତି ।

ଏହି ନୂଆ ସଂକ୍ରମିତଙ୍କ ମିଶାଇ ଦେଶରେ ମୋଟ ସକ୍ରିୟ ମାମଲା 3,00,162ରେ ପହଞ୍ଚିଛି । ସେପଟେ ଏଯାବତ୍ ମୋଟ 3,28,48,273 କୋରୋନା କବଳରୁ ସୁସ୍ଥଲାଭ କରିଛନ୍ତି । ନୂତନ ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶର ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,46,368କୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ଦୈନିକ ଟୀକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ମୋଟ 84,15,18,026 ହିତାଧିକାରୀଙ୍କୁ ଦିଆଯାଇଛି ଟିକା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.