ETV Bharat / bharat

India Corona: ଦେଶରେ ୩ ହଜାର ତଳକୁ ଖସିଲା ସଂକ୍ରମଣ - ଭାରତ କୋରୋନା ରିପୋର୍ଟ

ଦେଶରେ କମିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 2,568 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦେଶରେ ୩ ହଜାର ତଳକୁ ଖସିଲା ସଂକ୍ରମଣ

author img

By

Published : May 3, 2022, 10:54 AM IST

ନୂଆଦିଲ୍ଲୀ: ଦେଶରେ କମିଲା କୋରୋନା ସଂକ୍ରମଣ । କିଛି ଦିନ ହେଲା ଲଗାତାର ସଂକ୍ରମଣ ବଢିବା ପରେ ଆଜି ଦୈନିକ ମାମଲା ୩ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 2,568 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,568 fresh covid cases) ।

ସଂକ୍ରମଣ କମିବା ସହ ଆଜି ମୃତ୍ୟୁସଂଖ୍ୟା ମଧ୍ୟ ଖୁବ୍ କମ୍ ରେକର୍ଡ ହୋଇଛି । ଦିନକରେ ଦେଶରେ ମାତ୍ର 20 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 2,911 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ କରିଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 19,137କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,41,887 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,23,889 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,89,41,68,295 ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 16,23,795 ଡୋଜ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.