ETV Bharat / bharat

India Corona: ଦିନକରେ 2338 ସଂକ୍ରମିତ ଚିହ୍ନଟ, 19 ମୃତ

author img

By

Published : May 31, 2022, 10:01 AM IST

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 233 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2338 fresh Covid Cases) । ଅଧିକ ପଢନ୍ତୁ

ଦିନକରେ 2338 ସଂକ୍ରମିତ ଚିହ୍ନଟ, 19 ମୃତ
ଦିନକରେ 2338 ସଂକ୍ରମିତ ଚିହ୍ନଟ, 19 ମୃତ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ପୂର୍ବଦିନ ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢୁଛି । ସୋମବାର ପଜିଟିଭ ମାମଲା ତୁଳନାରେ ଆଜି(ମଙ୍ଗଳବାର) ସଂକ୍ରମିତଙ୍କ ସଂଖ୍ୟା କମଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,338ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,338 fresh Covid Cases) । ମୃତ୍ୟୁସଂଖ୍ୟା ମଧ୍ୟ କମିଛି । ଦିନକରେ 19 ଜଣଙ୍କ ଜୀବନ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 17 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 17,883 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.64% ରହିଛି । ଦେଶରେ ଏଯାବତ ୪୨,୬୧,55,74 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । 5,24,630 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1, 93, 45, 19, 805 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.