ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଲଗାତର ହ୍ରାସ ପାଇବାରେ ଲାଗିଛି ଦେଶରେ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ 22 ହଜାର 431 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ 318 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । 24 ହଜାର 602 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ତେବେ, ଦେଶରେ ଏବେ ସୁଦ୍ଧା ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 38 ଲକ୍ଷ 94 ହଜାର 312କୁ ବୃଦ୍ଧି ହୋଇଛି । 2 ଲକ୍ଷ 44 ହଜାର 198ଟି ସକ୍ରିୟ ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଛୁଇଁଛି 4 ଲକ୍ଷ 49 ହଜାର 856 । ଏହା ସହ 3,32,00,258 ଜଣ ଆରୋଗ୍ୟ ଲାଭ କରିଛନ୍ତି । 92 କୋଟି 63 ଲକ୍ଷ 68 ହଜାର 608 ଜଣଙ୍କୁ ଟୀକାକରଣ କରାଯାଇଛି ।
@ANI