ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 20 ହଜାର 799 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 180 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 26 ହଜାର 718 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
ଦେଶରେ ଏବେ ସୁଦ୍ଧା 2 ଲକ୍ଷ 64,458 ସକ୍ରିୟ ସଂକ୍ରମିତ ରହିଛି । 3 କୋଟି 31 ଲକ୍ଷ 21 ହଜାର 247 ଜଣ ଏଯାଏଁ ଆରୋଗ୍ୟ ଲାଭ କରିଥିବା ବେଳେ ମତ୍ୟୁ ସଂଖ୍ୟା 4ଲକ୍ଷ 48 ହଜାର 997କୁ ବୃଦ୍ଧି ହୋଇଛି । ତେବେ ଦେଶରେ ଏପର୍ଯ୍ୟନ୍ତ 90 କୋଟି 79 ଲକ୍ଷ 32 ହଜାର 861 ଟୀକାକରଣ କରାଯାଇଛି ।
@ANI