ନୂଆଦିଲ୍ଲୀ: ସଂକ୍ରମଣରେ ବଡ ହ୍ରାସ । ୨୦ ହଜାର ତଳକୁ ଖସିଲା ଦେଶର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତରେ ମାତ୍ର 18,346ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । ଯାହାକି ଗତ ୨୦୯ ଦିନ ମଧ୍ୟରେ ସର୍ବନିମ୍ନ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।
ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ୨, ୫୨, ୯୦୨ଟି ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ମୋଟ ୨୯, ୬୩୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଭାରତର ମୋଟ ସୁସ୍ଥ ସଂଖ୍ୟା ୩,୩୧,୫୦,୮୮୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶର ସୁସ୍ଥତା ହାର ୯୭.୯୩ ପ୍ରତିଶତ ରହିଛି ।
ଏଯାବତ୍ ଦେଶରେ ମୋଟ ୫୭, ୫୩, ୯୪, ୦୪୧ଟି କୋଭିଡ ଟେଷ୍ଟ କରାଯାଇଛି ।
@ANI