ETV Bharat / bharat

India Corona: ଦେଶରେ 16,935 ନୂଆ ସଂକ୍ରମିତ

author img

By

Published : Jul 18, 2022, 9:36 AM IST

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 935 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦେଶରେ 16, 935 ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଦିନେ କମିଲେ ଦିନେ ବଢୁଛି । ଗତ ଦୁଇ ଦିନ ହେବ ସଂକ୍ରମଣ ମାମଲା ୨୦ ହଜାର ଉପରେ ରହୁଥିବା ବେଳେ ଆଜି ସାମାନ୍ୟ ଆଶ୍ବସ୍ତି ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 16 ହଜାର 935 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16,935 fresh Covid Cases) । ସଂକ୍ରମଣ ବଢିବା ସହ ମୃତ୍ୟୁସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଦିନକରେ 51 ଜଣଙ୍କ ଜୀବନ ନେଇଛି ମହାମାରୀ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5 ଲକ୍ଷ 57 ହଜାର 60କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ‌ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 44 ହଜାର 264କୁ ବୃଦ୍ଧି ପାଇଛି । ଆଜି 16 ହଜାର 064 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି 4 କୋଟି 30 ଲକ୍ଷ 97 ହଜାର 510 ଆକ୍ରାନ୍ତ । ଦେଶର ଦୈନିକ ପଜିଟିଭ ରେଟ୍ 6.48%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 200 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 4,46,671 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.