ନୂଆଦିଲ୍ଲୀ: ଲଗାତାର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 16 ହଜାର 156 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 733 ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 42 ଲକ୍ଷ 31 ହଜାର 809 ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 56 ହଜାର 386ରେ ପହଞ୍ଚିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦିନକ ମଧ୍ୟରେ 17 ହଜାର 95 ଜଣ ସୁସ୍ଥ ହୋଇଛନ୍ତି, ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩ କୋଟି 36 ଲକ୍ଷ 14 ହଜାର 434ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 1 ଲକ୍ଷ 60 ହଜାର 989 ଟି ସକ୍ରିୟ ମାମଲା ରହିଛି । ଦେଶରେ ଆଜି ପର୍ଯ୍ୟନ୍ତ 104 କୋଟି 4 ଲକ୍ଷ 99 ହଜାର 873 ଟୀକାକରଣ ସରିଛି ।
@ANI