ETV Bharat / bharat

India Corona: 13615 ନୂଆ ସଂକ୍ରମିତ, 20 ମୃତ

ଦେଶରେ ଉପରମୁହାଁ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 13 ହଜାର 615 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

13615 ନୂଆ ସଂକ୍ରମିତ, 20 ମୃତ
13615 ନୂଆ ସଂକ୍ରମିତ, 20 ମୃତ
author img

By

Published : Jul 12, 2022, 10:31 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ରହିଛି କୋରୋନା ସଂକ୍ରମଣ । କିଛି ଦିନ ହେବ 15 ହଜାର ପାଖାପାଖି ରହୁଛି ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 13 ହଜାର 615 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 13,615 fresh Covid Cases) । ଦିନକରେ 20 ଜଣଙ୍କ ଜୀବନ ନେଇଛି ମହାମାରୀ ।

ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5 ଲକ୍ଷ 25 ହଜାର 474କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ‌ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 31 ହଜାର 043କୁ ବୃଦ୍ଧି ପାଇଛି । ଆଜି 13 ହଜାର 265 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି 4 କୋଟି 29 ଲକ୍ଷ 96 ହଜାର 427 ଆକ୍ରାନ୍ତ । ଦେଶର ଦୈନିକ ପଜିଟିଭ ରେଟ୍ 3.23%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.