ETV Bharat / bharat

INDIA CORONA: 13,154 ନୂଆ ପଜିଟିଭ, ଓମିକ୍ରନ ମାମଲା 961କୁ ବୃଦ୍ଧି - ଭାରତ କୋରୋନା ଡାଟା

ଦେଶରେ ପୁଣି ଦ୍ରୁତ ଗତିରେ ଉପରମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ(covid infections)। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 13 ହଜାର 154 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 48 ଲକ୍ଷ 22 ହଜାର 40ରେ ପହଞ୍ଚିଛି । ଅଧିକ ପଢନ୍ତୁ

INDIA CORONA: 13,154 ନୂଆ ପଜିଟିଭ, ଓମିକ୍ରନ ମାମଲା 961କୁ ବୃଦ୍ଧି

author img

By

Published : Dec 30, 2021, 11:27 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଦ୍ରୁତ ଗତିରେ ଉପରମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ(covid infections)। କିଛି ଦିନର ବ୍ୟବଧାନ ପରେ ଆଜି 10 ହଜାର ଅତିକ୍ରମ କରିଛି କୋରୋନା ଦୈନିକ ସଂକ୍ରମଣ(daily india covid report ) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 13 ହଜାର 154 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 48 ଲକ୍ଷ 22 ହଜାର 40 ରେ ପହଞ୍ଚିଛି। ସେହିପରି ଦିନକରେ ୭,୪୮୬ ଜଣ ସୁସ୍ଥ(recovery) ହୋଇଥିବାବେଳେ ଦେଶରେ ସୁସ୍ଥହାର ପୁଣି ୯୮.୩୮%କୁ ଖସିଆସିଛି ।

ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 82 ହଜାର 402 ଟି ସକ୍ରିୟ(active cases) ମାମଲା ରହିଛି । ଗତ 24 ଘଣ୍ଟାରେ 268 ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁସଂଖ୍ୟା(death toll) 4 ଲକ୍ଷ 80 ହଜାର 860କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଏଯାବତ 3 କୋଟି 42 ଲକ୍ଷ 58 ହଜାର 778 ଜଣ ସୁସ୍ଥ ହୋଇଛନ୍ତି ।

ସେପଟେ ଦେଶରେ ଓମିକ୍ରନ ସଂକ୍ରମଣ(omicron) ମାଡି ମାଡି ଚାଲିଥିବାବେଳେ ଏବେ ସୁଦ୍ଧା ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା 961ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ କେବଳ ଦିଲ୍ଲୀରେ 263 ଜଣ ଚିହ୍ନଟ ହୋଇଥିବାବେଳେ 252 ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ଲୋକଙ୍କୁ ମୋଟ 143 କୋଟି 83 ଲକ୍ଷ 22 ହଜାର 742 ଡୋଜ ଦିଆସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.