ETV Bharat / bharat

INDIA CORONA: ୧୧୯୧୯ ନୂଆ ସଂକ୍ରମିତ, ୪୭୦ ମୃତ

author img

By

Published : Nov 18, 2021, 9:59 AM IST

ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୯୧୯ ନୂଆ ସଂକ୍ରମିତ । ୪୭୦ ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ

INDIA CORONA: ୧୧,୯୧୯ ନୂଆ ସଂକ୍ରମିତ
INDIA CORONA: ୧୧,୯୧୯ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ସ୍ଥିର ରହିଛି ମହାମାରୀ । ପ୍ରତ୍ୟେହ ୧୫ ହଜାର ତଳକୁ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୯୧୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୧୧,୨୪୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ପରେ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧,୨୮,୭୬୨କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ୪୭୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨୪ ଘଣ୍ଟାରେ ଦେଶରୁ ୧୧,୨୪୨ ଜଣ ସୁସ୍ଥ ହେବା ପରେ ବର୍ତ୍ତମାନ ସୁସ୍ଥହାର ୯୮.୨୮ ପ୍ରତିଶତ ହୋଇଛି । ଏଥିସହ ଭାରତରେ ମୋଟ ସୁସ୍ଥସଂଖ୍ୟା ୩,୩୮,୮୫, ୧୩୨କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୨ ପ୍ରତିଶତ ତଳେ ରହୁଛି । ଅନ୍ୟପଟେ ଯଥାଶୀଘ୍ର ସମସ୍ତ ନାଗରିକଙ୍କ ସମ୍ପୂର୍ଣ୍ଣ ଟୀକାକରଣ ପାଇଁ ତତ୍ପର ହେଉଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ଭାରତର ଟୀକାକରଣ ୧୧୪.୪୬ କୋଟିରେ ପହଞ୍ଚିଛି । ଏଯାବତ୍ ମୋଟ ୬୨.୮୨ କୋଟି ନମୂନା ପରୀକ୍ଷା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.