ETV Bharat / bharat

India Corona: 11 ହଜାର ଉପରେ ଦୈନିକ ସଂକ୍ରମଣ, 27 ମୃତ

author img

By

Published : Jun 28, 2022, 10:19 AM IST

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 11,793 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

11 ହଜାର ପାର ଦୈନିକ ସଂକ୍ରମଣ
11 ହଜାର ପାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା । କିଛି ଦିନ ହେବ ସଂକ୍ରମଣ 10 ହଜାର ଉପରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 11,793 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 11,793 fresh Covid Cases) । ଯାହାକି ସୋମବାର ତୁଳନାରେ କମ୍ ରହିଛି । ସେହିପରି ସଂକ୍ରମଣ କମିଥିଲେ ହେଁ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ ହୋଇଛି ।

ଦିନକରେ ଦେଶରେ 27 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏଯାବତ ଦେଶରେ 5 ଲକ୍ଷ25 ହଜାର 047 ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 99,700କୁ ବୃଦ୍ଧି ପାଇଛି ।

ଦେଶର ଦୈନିକ ପଜିଟିଭ ରେଟ୍ 2.59%ରେ ପହଞ୍ଚିଛି । ଏଯାବତ୍ 4 କୋଟି 27 ଲକ୍ଷ 97 ହଜାର 092 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ 197 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ଲୋକେ ଟିକା ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.