ETV Bharat / bharat

କମୁଛି ସଂକ୍ରମଣ; ୨୪ ଘଣ୍ଟାରେ 1.14 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2677 ମୃତ - ତଳ ମୁହାଁ କୋରୋନା ଗ୍ରାଫ୍

ତଳ ମୁହାଁ କୋରୋନା ଗ୍ରାଫ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଏବେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୪ ହଜାର 460 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2677 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ; ୨୪ ଘଣ୍ଟାରେ 1,14,460 ଆକ୍ରାନ୍ତ ଚିହ୍ନଟ, ୨୬୭୭ ମୃତ

author img

By

Published : Jun 6, 2021, 10:18 AM IST

Updated : Jun 6, 2021, 10:41 AM IST

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୪ ହଜାର 460 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୭୭ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ବିଚାର କଲେ ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ତେବେ ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ 2 କୋଟି 88 ଲକ୍ଷ 9 ହଜାର 339କୁ ବୃଦ୍ଧି ପାଇଛି । ସେପଟେ ମୋଟ ମୃତ୍ୟୁସଂଖ୍ୟା ମଧ୍ୟ 3 ଲକ୍ଷ 46 ହଜାର 759 ଛୁଇଁଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ସେହିପରି ଗତ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 89 ହଜାର 232 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 69 ଲକ୍ଷ 84 ହଜାର 781ରେ ପହଞ୍ଚିଛି । ଫଳରେ ଦେଶରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା 14 ଲକ୍ଷ 77 ହଜାର 799 ଟି ସକ୍ରିୟ ମାମଲା ରହିଛି । ଏଯାବତ୍ 23 କୋଟି 13 ଲକ୍ଷ 22 ହଜାର 417ଟି ଟୀକାକରଣ ହୋଇସାରିଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାରମାନଙ୍କ ଲକଡାଉନ ସଟଡାଉନ କଟକଣା ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2021, 10:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.