ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି ମହାମାରୀ । ଦୈନିକ ସଂକ୍ରମଣ ମାମଲା ୧୫ ହଜାର ତଳେ ଆସୁଛି । ଗତ ୨୪ ଘଣ୍ଟାରେ ଭାରତରେ 11,271 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହ୍ରାସ ସହ ଆଜି ମୃତ୍ୟୁସଂଖ୍ୟା ମଧ୍ୟ ଟିକେ କମିଛି । ଗୋଟିଏ ଦିନରେ ଦେଶରେ ୨୮୫ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ୧୧, ୩୭୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରୁ ମୋଟ 3,44,37,307 ପଜିଟିଭି ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରେ ଏ ଯାବତ୍ ସମୁଦାୟ 3,38,37,859 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ଦେଶରେ 1,35,918 ଟି ସକ୍ରିୟ ମାମଲା ରହିଛି । ଏହିକ୍ରମରେ ଆଜିସୁଦ୍ଧା ମୋଟ 4,63,530 ଜଣ ମୁଣ୍ଡ ନେଇଛି କିଲର ଭାଇରସ ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 57,43,840 ଟୀକାକରଣ କରାଯାଇଛି । ଯାହାକୁ ମିଶାଇ ବର୍ତ୍ତମାନ ମୋଟ ଟୀକାକରଣ 1,12,01,03,225କୁ ବୃଦ୍ଧି ପାଇଛି ।
@ANI