ETV Bharat / bharat

ଚଳିତ ବର୍ଷ ଦେଶରୁ ୧.୭୭ ଲକ୍ଷ ଡେଙ୍ଗୁ ଓ ୨୩୭ ଜିକା ଭାଇରାସ ମାମଲା ଚିହ୍ନଟ - ଭାରତରେ ଡେଙ୍ଗୁ ଅପଡେଟ୍

ଚଳିତ ବର୍ଷ ଆରମ୍ଭରୁ ଏବେ ସୁଦ୍ଧା ଦେଶରେ ଚିହ୍ନଟ ହୋଇଛି ୧,୭୭,୬୯୫ଟି ଡେଙ୍ଗୁ ମାମଲା । ଲୋକସଭାରେ ତଥ୍ୟ ରଖିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଚଳିତ ବର୍ଷ ଦେଶରୁ ୧.୭୭ ଲକ୍ଷ ଡେଙ୍ଗୁ-୨୩୭ ଜିକା ଭାଇରାସ ମାମଲା ଚିହ୍ନଟ

author img

By

Published : Dec 11, 2021, 12:20 PM IST

ନୂଆଦିଲ୍ଲୀ: ଦୁଇ ବର୍ଷ ହେଲାଣି ମହାମାରୀ ସହ ଯୁଝୁଛି ଭାରତ । ଏବେ ପୁଣି ଦେଶକୁ ଘାରିଛି କୋରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଭୟ । ତେବେ କେବଳ ଯେ ମହାମାରୀ ଦେଶବାସୀଙ୍କ ପାଇଁ ବିପଦ ସାଜିଛି ତାହା ନୁହେଁ, ବିଗତ ଦିନରେ ଡେଙ୍ଗୁ ଏବଂ ଜିକା ଭାଇରାସ ସଂକ୍ରମଣ ମଧ୍ୟ ଲୋକଙ୍କ ଉପରେ ଦାଉ ସାଧିଛି । ଚଳିତ ବର୍ଷ ଆରମ୍ଭରୁ ଦେଶରେ କେବଳ ୧,୭୭,୬୯୫ଟି ଡେଙ୍ଗୁ ମାମଲା ଚିହ୍ନଟ ହୋଇଥିବାବେଳେ ୧୫୨ ଜିକା ଭାଇରସ କେସ୍ ସାମ୍ନାକୁ ଆସିଛି । ଗତକାଲି(ଶୁକ୍ରବାର) ଲୋକସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏ ସମ୍ପର୍କିତ ତଥ୍ୟ ଉପସ୍ଥାପିତ କରିଛନ୍ତି ।

ଦେଶର ପ୍ରମୁଖ ଚାରୋଟି ରାଜ୍ୟରେ ଜିକା ଭାଇରସ ମାମଲା ରେକର୍ଡ ହୋଇଛି । ଏହି ରାଜ୍ୟଗୁଡିକ ହେଲେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ଦିଲ୍ଲୀ । ୟୁପିରୁ ସର୍ବାଧିକ ଜିକା ମାମଲା ଚିହ୍ନଟ ହୋଇଛି । ଏଠାରେ ମୋଟ ୮, ୬୨୭ଟି ନମୁନା ପରୀକ୍ଷା ହୋଇଥିବାବେଳେ ୧୫୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଦେଶର ସମସ୍ତ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ସ୍ବାସ୍ଥ୍ୟ ମିଶନ(National Health Mission) ଅନ୍ତର୍ଗତ IDSP( Integrated Disease Surveillance Programme) ଜରିଆରେ ଜିକା ଭଳି ବିଭିନ୍ନ ଭାଇରସ ଜନିତ ରୋଗର ଚିହ୍ନଟ କରାଯାଇଛି । ଯାହାର ଉଦ୍ଦେଶ୍ୟ ସମସ୍ତ ମହାମାରୀ ଜନିତ ରୋଗକୁ ରୋକିବା ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସମୟରେ VRDLs(Virus Research & Diagnostic Laboratories)ର ୧୩ ଜଣ ସଦସ୍ୟ ଜିକା ଭାଇରସ ସର୍ଭିଲାନ୍ସରେ ନିୟୋଜିତ ଅଛନ୍ତି । ସମସ୍ତ ଲାବ୍ରୋଟୋରୀରେ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟ କିଟ୍ ମହଜୁତ ରହିଛି ।

ଅନ୍ୟପଟେ ଜାତୀୟ ଭୂତାଣୁ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(NVBDCP) ଜରିଆରେ ଡେଙ୍ଗୁ ସମେତ ୫ଟି ଭୂତାଣୁ ଜନିତ ରୋଗର ନିୟନ୍ତ୍ରଣ ଏବଂ ମୁକାବିଲା ପାଇଁ କାର୍ଯ୍ୟ ଚାଲିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.