ETV Bharat / bharat

ଦିନକରେ ଦେଶରେ 3 ଲକ୍ଷ 64 ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ, 2624 ମୃତ

author img

By

Published : Apr 24, 2021, 11:44 AM IST

ଦେଶରେ ବେକାବୁ କୋରୋନା । ଗତ 24 ଘଣ୍ଟାରେ ଦେଶରେ ପୁଣି 3 ଲକ୍ଷ 64 ହଜାର 786 ଜଣ ସଂକ୍ରମିତ ହୋଇଛନ୍ତି । ଦିନକ ଗଲା 2624 ଜଣ ଆକ୍ରାନ୍ତଙ୍କ ଜୀବନ । ଅଧିକ ପଢନ୍ତୁ....

ଗତ 24 ଘଣ୍ଟାରେ 3 ଲକ୍ଷ 64 ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କୋରୋନା ସ୍ଥିତି । ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମିତ ସହ ମୃତ୍ୟୁ ରିପୋର୍ଟ କରାଯାଉଛି । ଗତ 24 ଘଣ୍ଟାରେ ଦେଶରେ ପୁଣି 3 ଲକ୍ଷ 64 ହଜାର 786 ଜଣ ସଂକ୍ରମିତ ହୋଇଛନ୍ତି । ଦିନକରେ ସର୍ବାଧିକ 2624 ଜଣ ଆକ୍ରାନ୍ତ ପ୍ରାଣ ହାରିଛନ୍ତି ।

ସେପଟେ, ଆଜିର ଏହି ରିପୋର୍ଟ ପରେ ଦେଶରେ ସକ୍ରିୟ ମାମଲା 25 ଲକ୍ଷ 52 ହଜାର 940 କୁ ବୃଦ୍ଧି ପାଇଛି । ସେହିଭଳି ମୃତ୍ୟୁ ସଂଖ୍ୟା 1 ଲକ୍ଷ 89 ହଜାର 544ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ ମୋଟ 1 କୋଟି 66 ଲକ୍ଷ 10 ହଜାର 481 ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ, କୋରୋନା ବିରୁଦ୍ଧରେ ଦେଶରେ ଜାରି ରହିଛି ଟେଷ୍ଟିଂ, ଟ୍ରାକିଂ ସହ ଟୀକାକରଣ । ଗତ 24 ଘଣ୍ଟାରେ 2 ଲକ୍ଷ 19 ହଜାର 838 ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା 1 କୋଟି 38 ଲକ୍ଷ 67 ହଜାର 997କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.