ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଏକ ପ୍ରକାର କମ ରହିଛି । ସୁସ୍ଥହାର ମଧ୍ୟ ବେଶ ବଢିବାରେ ଲାଗିଛି । କିନ୍ତୁ ତୃତୀୟ ଲହର ଭୟାବହତାକୁ ନେଇ ଆଶଙ୍କାରେ ସଭିଏଁ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 42 ହଜାର 618 ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 330 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଏହାସହ 36 ହଜାର 385 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
- " class="align-text-top noRightClick twitterSection" data="">
ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭଙ୍କ ସଂଖ୍ୟା 3 କୋଟି 29 ଲକ୍ଷ 45 ହଜାର 907କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 40ହଜାର 225କୁ ବୃଦ୍ଧି ପାଇଥିବା ବେଳେ 4 ଲକ୍ଷ 5 ହଜାର 681 ସକ୍ରିୟ ମାମଲା ରହିଛି । 3,21,00,001 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 67 କୋଟି 72 ଲକ୍ଷ 11ହଜାର 205 ଜଣଙ୍କୁ ଟୀକାକରଣ କରାଯାଇଛି ।
@ANI