ETV Bharat / bharat

1947 ଯୁଦ୍ଧଠୁ...ଏୟାର ଷ୍ଟ୍ରାଇକ ! ପାକିସ୍ତାନକୁ ମିଳିଛି ମୁହଁତୋଡ ଜବାବ, ତଥାପି ଚେତୁନି

ଭାରତୀୟ ସେନା ଠାରୁ ବାରମ୍ବାର ପରାସ୍ତ ହେବା ପରେ ବି ଚେତୁ ନାହିଁ ପାକିସ୍ତାନ । 1947 ଯୁଦ୍ଧଠୁ ନେଇ ଏୟାର ଷ୍ଟ୍ରାଇକ ଯାଏଁ ସବୁ ଯୁଦ୍ଧରେ ବାରମ୍ବାର ଭାରତଠୁ କଡା ଜବାବ ପାଇବା ପରେ ବି ବଦଳୁନି ପଡୋଶୀ ଦେଶ ତଥା ଆତଙ୍କବାଦୀର ଭୂସ୍ୱର୍ଗ ପାକିସ୍ତାନ । ଅଧିକ ପଢନ୍ତୁ...

india pakistan war
1947 ଯୁଦ୍ଧଠୁ ନେଇ ଏୟାର ଷ୍ଟ୍ରାଇକ ଯାଏ....ପାକିସ୍ତାନକୁ ମିଳିଛି କଡା ଜବାବ
author img

By ETV Bharat Odisha Team

Published : Sep 15, 2023, 3:29 PM IST

india pakistan war
india pakistan war

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କୀ ଆକ୍ରମଣରେ ସେନାର ଦୁଇ ବରିଷ୍ଠ ଅଧିକାରୀ, ଜଣେ ଯବାନ ଏବଂ ଜମ୍ମୁ କାଶ୍ମୀରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଦେଶ ପାଇଁ ଶହୀଦ ହୋଇଛନ୍ତି । ଦେଶବାସୀ ଲୁହ ଭିଜା ଆଖିରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଆତଙ୍କୀ ଆକ୍ରମଣର ଦୋଷ ନିଜ ଉପରକୁ ନେଇଛି TRF । ଟିଆରଏଫ ପାକିସ୍ତାନ ମାଟିରୁ ଚାଲୁଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୌଏବା । ଘାଟିରେ ଏହି ଆକ୍ରମଣ ପଛରେ ପାକିସ୍ତାନୀ ସେନା ଏବଂ ଆଇଏସଆଇର ହାତ ଥିବା କୁହାଯାଉଛି । ଏହାରି ଭିତରେ ପାକିସ୍ତାନକୁ ପୁଣି ଉଚିତ ଶିକ୍ଷା ଦେବାକୁ ଦାବି କରିଛନ୍ତି ଦେଶବାସୀ । ଏହା ପ୍ରଥମ ଥର ନୁହେଁ ଯେବେ ପାକିସ୍ତାନ ଏପରି ଭୁଲ କରିଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଘାଟିରେ ଆତଙ୍କୀ ଆକ୍ରମଣ କରିବାକୁ ଉଦ୍ୟମ କରିଛି । ମାତ୍ର ସବୁଥର ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ଭାରତୀୟ ସେନା । 1947 ଯୁଦ୍ଧଠୁ ନେଇ ଏୟାର ଷ୍ଟ୍ରାଇକ ଯାଏଁ ଶତ୍ରୁଦେଶ ପାକିସ୍ତାନକୁ ଜବାବ ଦେଇଛନ୍ତି ଭାରତୀୟ ଯବାନ ତଥାପି ଚେତୁନାହିଁ ପଡୋଶୀ ଦେଶ ।

india pakistan war
india pakistan war

1947 ଯୁଦ୍ଧ: ଭାରତ 1947 ମସିହାରେ ସ୍ବାଧୀନ ହୋଇଥିଲା । ସ୍ବାଧୀନତାର କିଛି ଦିନ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହାର କାରଣ ଥିଲା କାଶ୍ମୀର । ପାକିସ୍ତାନ ସେନାର ସମର୍ଥନରେ କବାୟଲି ସେନା କାଶ୍ମୀରରେ ପଶି ଅନେକ ଅଞ୍ଚଳ ଅକ୍ତିଆର କରିଥିଲେ । ଏହା ପରେ ଭାରତୀୟ ସେନା ଏବଂ କବାୟଲିଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । 1948 ଏପ୍ରିଲ 22 ତାରିଖରେ UNSCର ପ୍ରସ୍ତାବ ପାସ ହୋଇଥିଲା । ଏହା ପରେ ଦୁଇ ଦେଶର ତତ୍କକାଳୀନ ସ୍ଥିତାବସ୍ଥାକୁ ସ୍ଥାୟୀ କରିଦିଆଯାଇଥିଲା । ଏହାକୁ LOC କୁହାଯାଏ ।

india pakistan war
india pakistan war

1965 ଯୁଦ୍ଧ: 1947ରେ କଡା ଜବାବ ପାଇବା ପରେ ବି ସୁଧୁରିଲାନାହିଁ ପାକିସ୍ତାନ । 1965 ଅଗଷ୍ଟରେ ପାକିସ୍ତାନ ସେନା ଜାମ୍ମୁକାଶ୍ମୀର ଉପରେ ଆକ୍ରମଣ କରିଥିଲା । କାଶ୍ମୀରକୁ ନିଜର କରିବାକୁ ଯୋଜନା କରିଥିଲା ପାକିସ୍ତାନ । ଜବାବରେ ଭାରତ ପଶ୍ଚିମ ପାକିସ୍ତାନ ଉପରେ ଆଟକ କରିଥିଲା । ଏହି ଯୁଦ୍ଧ 17 ଦିନ ଧରି ଚାଲିଥିଲା । ସୋଭିଏତ ୟୁନିୟନ ଓ ଆମେରିକାର ହସ୍ତକ୍ଷେପ ପରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନର ହାଜିପୀର ଓ ଠିଥବାଲ ସମେତ ଅନେକ ଅଞ୍ଚଳ କବଜା କରିଥିଲା । ମାତ୍ର 1966ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଓ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଓ ଭାରତ ଉକ୍ତ ଅଞ୍ଚଳକୁ ଫେରାଇ ଦେଇଥିଲା ।

1971 ଦୁଇ ଭାଗ ହେଲା ପାକିସ୍ତାନ: 1965 ଯୁଦ୍ଧର କିଛି ବର୍ଷ ଯାଏ ପାକିସ୍ତାନ ଚୁପ ରହିଥିଲା । 1970ରେ ପୂର୍ବ ପାକିସ୍ତାନ (ଏବେ ବାଂଲାଦେଶ)ରେ ସ୍ଥିତି ଦ୍ରୁତ ଗତିରେ ବଦଳୁଥିଲା । ସେଠାକାର ଲୋକ ପାକିସ୍ତାନଠୁ ଅଲଗା ହେବାକୁ ଦାବି କଲେ । ପାକିସ୍ତାନ ସେନା ପୂର୍ବ ପାକିସ୍ତାନ ଲୋକଙ୍କ ଉପରେ ଅତ୍ୟାଚର କଲା । ଭାରତ ଚୁପ ରହିଥିଲା । ମାତ୍ର 1971 ଡିସେମ୍ବର 3 ତାରିଖରେ ପାକିସ୍ତାନ ବାୟୁସେନା ଭାରତ ଉପରେ ଆକ୍ରମଣ କରିଥିଲା । ଏହାର କଡା ଜବାବ ଦେଇଥିଲା ଭାରତ । 13 ଦିନ ଧରି ଯୁଦ୍ଧା ଚାଲିଥିଲା । ପାକିସ୍ତାନକୁ ଦୁଇଭାଗ କରି ଦେଇଥିଲା ଭାରତ । ଏଥିରୁ ନୂଆ ଦେଶ ହୋଇଥିବା ବାଂଲାଦେଶ । ପାକିସ୍ତାନ ସେନା କମାଣ୍ଡ ଜନେରାଲ ନିୟାଜୀ ହାତ ଟେକି ଦେଇଥିଲେ । 93 ହଜାର ସେନାଙ୍କ ସହ ଆତ୍ମସମର୍ପଣ କରିଥିଲେ ନିୟାଜୀ ।

1999 କାର୍ଗିଲ ଯୁଦ୍ଧ: 3 ଥର ଯୁଦ୍ଧ ମୈଦାନରେ ପରାସ୍ତ ହେବା ପରେ ବି ଚେତି ନଥିଲା ପାକିସ୍ତାନ । 1999ରେ ପାକିସ୍ତାନ ଜାମ୍ମୁ କାଶ୍ମୀର ଉପରେ କବଜା କରିବାକୁ ଉଦ୍ୟମ କରିଥିଲା । ପାକିସ୍ତାନୀ ସେନା ଏବଂ ଆତଙ୍କୀ ଭାରତୀୟ ସୀମାକୁ କବାଜ କରିବାକୁ ଯୋଜନା କରିଥିଲେ । ଭାରତକୁ ଏହା ବିଷୟରେ ସୂଚନା ନଥିଲା । ଛଦ୍ମବେଶୀ ପାକିସ୍ତାନ ସେନା ଭାରତର ଅନୁପ୍ରବେଶ କରିଥିବା ଖବର ଦେଇଥିଲେ ମେଷ ପାଳକ । 1999 ମଇ 8 ତାରିଖରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଭାରତ ଏଥିରେ ବିଜୟୀ ହୋଇଥିଲା । 1999 26 ଜୁଲାଇରେ ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର କରି କାର୍ଗିଲ ଶୀର୍ଷରେ ବିଜୟର ତ୍ରିରଙ୍ଗା ଉଡାଇଥିଲା ଭାରତ ।

ଏହା ବି ପଢନ୍ତୁ...Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ସର୍ଚ୍ଚ ଅପରେସନ ଜୋରଦାର

ଏହା ବି ପଢନ୍ତୁ...Anantnag Martyrs Bravery story: ଅପରେସନରେ ବ୍ୟସ୍ତ ଅଛି ମା’...କର୍ଣ୍ଣେଲଙ୍କ ଶେଷ କଲ

ସର୍ଜିକାଲ ଷ୍ଟ୍ରାଇକ: କାର୍ଗିଲ ଯୁଦ୍ଧରେ ହାରିବା ପରେ ପାକିସ୍ତାନ ତାର ରଣନୀତରେ ପରିବର୍ତ୍ତନ କରିଥିଲା । ଆତଙ୍କବାଦଙ୍କୁ ସାହାଯ୍ୟ କରି ତାଙ୍କୁ ଅନୁପ୍ରବେଶ କରାଇବାକୁ ଲାଗିଲା ପାକ୍ । ଏହି ଆତଙ୍କୀ ଘାଟିରେ ଆକ୍ରମଣ କରିବାକୁ ଲାଗିଲେ । 2016 ଡିସେମ୍ବର 18 ତାରିଖରେ ପାକିସ୍ତାନରୁ ଆସିଥିବା ଆତଙ୍କୀ ଜମ୍ମୁ କାଶ୍ମୀର ଉରି ସେକ୍ଟରରେ ଭାରତୀୟ ସେନା କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଏଥିରେ 18ଜଣ ଯବାନ ଶହୀଦ ହୋଇଥିଲେ । ଏହାପରେ ଦେଶରେ କ୍ରୋଧର ନିଆଁ ଜଳିଥିଲା । ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତ ଯେଉଁ ପଦକ୍ଷେପ ନେଲା ତାକୁ ସାରା ବିଶ୍ବ ଦେଖିଲା । 28-29 ଡିସେମ୍ବର ରାତିଲେ ପାକ ଅଧିକୃତ କାଶ୍ମୀରରେ ଲଞ୍ଚପ୍ଯାଡରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ପୁରା ପ୍ଲାନ ସହ ଭାରତୀୟ ସେନା ପିଓକେର 3 କିମି ଭିତରେ ପଶି ଆତଙ୍କୀଙ୍କ ଠିକଣା ଧ୍ବସଂ କରି ଦେଇଥିଲା ।

ଏୟାର ଷ୍ଟ୍ରାଇକ: 2019 ଫେବୃଆରୀ 14 ତାରିଖରେ ଯେବେ ଦେଶ ପ୍ରେମ ଦିବସ ପାଳନ କରୁଥିବା ସେବେ ଜମ୍ମୁ କାଶ୍ମୀର ପୁଲୱାମାରେ ପାକିସ୍ତାନ ଆତଙ୍କୀ ସିଆଇପିଏଫକୁ ଟାର୍ଗେଟ କରିଥିଲା । ଜୈସ-ଏ- ମହମ୍ମଦର ଆତଙ୍କୀ ସଂଗଠନ ସିଆରପିଏଫ ଜବାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହା ପରେ ଭୟଙ୍କର ବିସ୍ଫୋରଣ ଘଟି 40 ଯବାନ ଶହୀଦ ହୋଇଥିଲେ । ଏହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା ।

ଆକ୍ରମଣର ପ୍ରତିଶୋଧ ନେବାକୁ ରାଜରାସ୍ତାକୁ ଓହ୍ଲାଇଲେ ଦେଶବାସୀ । 44 ଯବାନଙ୍କ ଜୀବନ ବଦଳରେ 400 ଆତଙ୍କୀଙ୍କ ମୁଣ୍ଡ ନେବାକୁ ଦାବି ହୋଇଥିଲା । ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇ ଦିଲ୍ଲୀ ଦରବାରରେ ଘନ ଘନ ବୈଠକ ବସିଥିଲା । 12 ଦିନ ପରେ ପ୍ରତିଶୋଧ ନେଇଥିଲା ଭାରତ । 26 ଫେବୃଆରୀ 2019ରେ ଆଇଏଏଫ 12 ସିରାଜ 2000 ଫାଇଟର ଜେଟ ଏଲଓସି ପାର କରି ପାକିସ୍ତାନ ସୀମା ବାଲୋକୋଟସ୍ଥିତ ଜୈସ-ଏ-ମହମ୍ମଦ ଆତଙ୍କୀ ଠିକଣାକୁ ଧ୍ବଂସ କରିଥିଲା । ଏହା ଏୟାର ଷ୍ଟ୍ରାଇକ ଭାବେ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.