ETV Bharat / bharat

ମତ୍ସ୍ୟଜୀବୀ ଓ ସାଧାରଣ ବନ୍ଦୀ ତାଲିକା ବିନିମୟ କଲେ ଭାରତ-ପାକିସ୍ତାନ

ମତ୍ସ୍ୟଜୀବୀ ଓ ସାଧାରଣ ବନ୍ଦୀ ତାଲିକା ବିନିମୟ କଲେ ଭାରତ- ପାକିସ୍ତାନ । ସଜ୍ଜା କାଟି ସାରିଥିବା ଭାରତୀୟ ବନ୍ଦୀଙ୍କୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଇସଲମାବାଦକୁ କହିଲା ନୂଆଦିଲ୍ଲୀ । 2014 ପର ଠାରୁ ଭାରତକୁ ଫେରିଛନ୍ତି 2,559 ଭାରତୀୟ ମତ୍ସ୍ୟଜୀବୀ ଓ 63 ଜଣ ସାଧାରଣ ବନ୍ଦୀ । ଅଧିକ ପଢନ୍ତୁ

author img

By

Published : Jul 1, 2023, 10:38 PM IST

ମତ୍ସ୍ୟଜୀବୀ ଓ ସାଧାରଣ ବନ୍ଦୀ ତାଲିକା ବିନିମୟ କଲେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ସୀମା ଅତିକ୍ରମ ଅଭିଯୋଗରେ ଗିରଫ ହୋଇ ଉଭୟ ଦେଶରେ ବନ୍ଦୀ ଥିବା ଥିବା ମତ୍ସ୍ୟଜୀବୀ ଓ ଅନ୍ୟ ସାଧାରଣ ବନ୍ଦୀଙ୍କ ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ କରିଛନ୍ତି ଭାରତ ଓ ପାକିସ୍ତାନ । ଉଭୟ ଦିଲ୍ଲୀ ଓ ଇସଲାମାବାଦରେ ଏହି ପ୍ରକ୍ରିୟା ଶେଷ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ।

2008 ରେ ଦୁଇଦେଶ ମଧ୍ୟରେ ହୋଇଥିବା କନସୁଲାର ଆକ୍ସେସ ଚୁକ୍ତିନାମା ଅନୁସାରେ, ଜାନୁଆରୀ ପହିଲା ଓ ଜୁଲାଇ ପହିଲାରେ ଉଭୟ ଦେଶ ସେମାନଙ୍କ ନିକଟରେ ଥିବା ପ୍ରତିପକ୍ଷ ଦେଶର ବନ୍ଦୀଙ୍କ ସଂଖ୍ୟା ଓ ଅନ୍ୟ ତଥ୍ୟ ପରସ୍ପର ସହ ଆଦାନ ପ୍ରଦାନ କରିଥାନ୍ତି । ପରେ ଏନେଇ ବନ୍ଦୀମାନଙ୍କୁ ମୁକ୍ତ କରାଯିବା ଓ ନିଜ ଦେଶକୁ ପ୍ରତ୍ୟର୍ପଣ କରିବା ନେଇ ଦ୍ବିପାକ୍ଷିକ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ଆଜିର ତଥ୍ଯ ଅନୁସାରେ, ଭାରତ ପକ୍ଷରୁ 343 ସଧାରଣ ପାକିସ୍ତାନୀ ନାଗରିକ ଓ 74 ଜଣ ପାକିସ୍ତନୀ ମତ୍ସ୍ୟଜୀବୀ ରହିଥିବା କୁହାଯାଇଛି । ପାକିସ୍ତାନର ତଥ୍ୟ ଅନୁସାରେ, 42 ସାଧାରଣ ଭାରତୀୟ ବନ୍ଦୀ ଓ 266 ଜଣ ମତ୍ସ୍ୟଜୀବୀ ପାକିସ୍ତାନୀ ଜେଲରେ ରହିଛନ୍ତି ।

ତେବେ ପାକିସ୍ତାନରେ ଗିରଫ ହେବା ପରେ ଜେଲରେ ରହି ସଜ୍ଜା କାଟି ସାରିଥିବା 254 ଭାରତୀୟ ମତ୍ସ୍ୟଜୀବୀ ଓ ଅନ୍ୟ 4 ସାଧାରଣ ନାଗରିକଙ୍କୁ ମୁକ୍ତ କରିବା ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦକୁ କୁହାଯାଇଛି । ପାକିସ୍ତାନ କଷ୍ଟଡିରେ ଥିବା ଅବଶିଷ୍ଟ 12 ମତ୍ସ୍ୟଜୀବୀ ଓ 14 ସାଧାରଣ ବନ୍ଦୀଙ୍କୁ ନ୍ୟାୟିକ ସୁଯୋଗ ଦେବା ପାଇଁ ମଧ୍ୟ କହିଛି ଭାରତ । ସେଠାରେ ଥିବା ଭାରତୀୟ ବନ୍ଦୀଙ୍କୁ ଜେଲରେ ସୁରକ୍ଷା, ନିରାପତ୍ତା ଓ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ପାକିସ୍ତାନକୁ ଭାରତ ପକ୍ଷରୁ କୁହାଯାଇଛି । ସେହିପରି ଭାରତୀୟ ଜେଲରେ ପାକିସ୍ତାନୀ ନାଗରିକ ଭାବେ ଚିହ୍ନଟ ହୋଇସାରିଥିବା 62 ବନ୍ଦୀଙ୍କୁ ମଧ୍ୟ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରାଯାଇ ପାକିସ୍ତାନକୁ ହସ୍ତାନ୍ତର କରାଯିବା ନେଇ ନୂଆଦିଲ୍ଲୀ ଇସଲାମାବାଦକୁ ଆଶ୍ବସନା ଦେଇଛି ।

ଏହା ମଧ୍ୟ ପଢନ୍ତୁ :-ପାକିସ୍ତାନ ବେଲୁଚିସ୍ତାନକୁ ଲମ୍ବିଛି ଚେର, ରାଜ୍ୟ ବାହାରକୁ ଯିବ STF ଟିମ୍

ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ଫଳରେ ବର୍ଷ 2014 ପରଠାରୁ 2,559 ଭାରତୀୟ ମତ୍ସ୍ୟଜୀବୀ ଓ 63 ଜଣ ସାଧାରଣ ବନ୍ଦୀ ପାକିସ୍ତାନରୁ ମୁକ୍ତ ହୋଇ ଭାରତକୁ ହସ୍ତାନ୍ତର ହୋଇସାରିଛନ୍ତି । କେବଳ ଏହି ବର୍ଷ (2023) ରେ 398 ମତ୍ସ୍ୟଜୀବୀ ଓ 5 ସାଧାରଣ ନାଗରିକ ପାକିସ୍ତାନରୁ ଭାରତକୁ ଫେରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ୟ କିଛି ମଧ୍ୟ ଭାରତ ଫରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ଦେଶର ଅନ୍ତର୍ଜାତୀୟ ସୀମାରେ ଥିବା ଅଟ୍ଟାରୀ-ଓ୍ବାଘା ପୋଷ୍ଟରେ ଏହି ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.