ETV Bharat / bharat

କୋରୋନା ଟୀକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

author img

By

Published : Jun 28, 2021, 2:56 PM IST

କୋରୋନା ଟୀକାକରଣରେ ବ୍ରିଟେନ ଆମେରିକାକୁ ପଛରେ ପକାଇଲା ଭାରତ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏପର୍ଯ୍ୟନ୍ତ ଭାରତରେ 32 କୋଟି 36 ଲକ୍ଷ 63 ହଜାର 297 ଡୋଜ କୋଭିଡ ଟିକା ଦିଆଯାଇଛି ଏବଂ ଭାରତ ଏହି ପ୍ରସଙ୍ଗରେ ଆମେରିକାକୁ ଅତିକ୍ରମ କରିଛି । ଅଧିକ ପଢନ୍ତୁ...

କୋରୋନା ଟୀକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ
କୋରୋନା ଟୀକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: କୋରୋନା ଟୀକାକରଣରେ ବ୍ରିଟେନ ଆମେରିକାକୁ ପଛରେ ପକାଇଲା ଭାରତ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏପର୍ଯ୍ୟନ୍ତ ଭାରତରେ 32 କୋଟି 36 ଲକ୍ଷ 63 ହଜାର 297 ଡୋଜ କୋଭିଡ ଟିକା ଦିଆଯାଇଛି ଏବଂ ଭାରତ ଏହି ପ୍ରସଙ୍ଗରେ ଆମେରିକାକୁ ଅତିକ୍ରମ କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ତଥ୍ୟ ଅନୁଯାୟୀ, ଆମେରିକାରେ ଏପର୍ଯ୍ୟନ୍ତ 32 କୋଟି 33 ଲକ୍ଷ 27 ହଜାର 328 ଡୋଜ କୋଭିଡ ଟିକା ଦିଆଯାଇଛି ।

ଏପଟେ ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଜୁଲାଇ 31 ସୁଦ୍ଧା ମୋଟ 51.6 କୋଟି ଡୋଜ କୋଭିଡ ଟିକା ଯୋଗାଇ ଦିଆଯିବ, ସେଥିମଧ୍ୟରୁ 35.6 କୋଟି ଡୋଜ ପୂର୍ବରୁ ଯୋଗାଇ ଦିଆସରିଛି । ପିଲାମାନଙ୍କ ପାଇଁ ଟିକା ଯୋଗାଇବା ସମ୍ପର୍କରେ କେନ୍ଦ୍ର ନିଜ ପ୍ରତିକ୍ରିୟା ଦେଇଛି ଯେ ଭାରତର ଔଷଧ ନିୟନ୍ତ୍ରକ ମେ 12 ରେ ଭାରତ ବାୟୋଟେକକୁ 2-18 ବର୍ଷ ବୟସର ପିଲାଙ୍କ ଉପରେ ଏହାର ଟିକା କୋଭାକ୍ସିନର କ୍ଲିନିକାଲ ପରୀକ୍ଷା କରିବାକୁ ଅନୁମତି ଦେଇଛି । ଏବଂ ଏହି ପରୀକ୍ଷଣ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି ।

ଏଥିସହ ନିରନ୍ତର ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସୂଚନା ଦିଆଯାଇଛି । ଏପଟେ ସଂପୃକ୍ତ ରାଜ୍ୟରେ କୋଭିଡ ବିସ୍ତାରର ମୁକାବିଲା କରିବା ପାଇଁ ସେମାନଙ୍କୁ ସମସ୍ତ ପ୍ରସ୍ତୁତି କରିବାକୁ ମଧ୍ୟ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.