ନୂଆଦିଲ୍ଲୀ: ବାହାର ଦେଶରେ ରହୁଥିବା ମହିଳାଙ୍କୁ ହିଂସା କ୍ଷେତ୍ରରେ ସହାୟତା ଯୋଗାଇବ 'ଓ୍ବାନ ଷ୍ଟପ ସେଣ୍ଟର' । 9ଟି ଦେଶରେ ସରକାର 10ଟି 'ଓ୍ବାନ ଷ୍ଟପ ସେଣ୍ଟର' ଖୋଲିବାକୁ ଯାଉଛନ୍ତି । ଏନେଇ ମହିଳା ଓ ଶିଶୁ ବିକାଶ ସଚିବ ରାମ ମୋହନ ମିଶ୍ର ମଙ୍ଗଳବାର ଦିନ କହିଛନ୍ତି ।
ସେ କହିଛନ୍ତି ଯେ, ବାହାରେନ, ଓମାନ, ୟୁଏଇ, କତାର, କୁଏତ, ଅଷ୍ଟ୍ରେଲିଆ, କାନାଡା, ଏବଂ ସିଙ୍ଗାପୁରରେ ପ୍ରତ୍ୟେକ କେନ୍ଦ୍ର ଖୋଲାଯିବ ଏବଂ ସାଉଦି ଆରବରେ 2ଟି ଖୋଲାଯିବ । ଏହି ସମସ୍ତ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ପରିଚାଳିତ ହେବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସହାୟତା ଯୋଗାଇବ । 'ଓ୍ବାନ ଷ୍ଟପ ସେଣ୍ଟର' ଖୋଲାଯିବା ଦ୍ବାରା ଏହି ଦେଶଗୁଦିକରେ କାର୍ଯ୍ୟ କରୁଥିବା ଭାରତୀୟ ମହିଳା ମାନଙ୍କୁ ସାହାଯ୍ୟ କରିବା ଏହି କେନ୍ଦ୍ର ଗୁଡିକର ଉଦ୍ଦେଶ୍ୟ । ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ମାମଲାରେ ସହାୟତା କରିବ 'ଓ୍ବାନ ଷ୍ଟପ ସେଣ୍ଟର' ।
2015 ମସିହାରେ ଆରମ୍ଭ ହେବା ଦିନଠାରୁ 35 ଟି ରାଜ୍ୟ ତଥା ୟୁନିଅନ୍ ଅଞ୍ଚଳରେ 701'ଓ୍ବାନ ଷ୍ଟପ ସେଣ୍ଟର' ମାଧ୍ୟମରେ ତିନି ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ବୋଲି କେନ୍ଦ୍ର ଶନିବାର କହିଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ,ମହାମାରୀ ସମୟରେ ଯେଉଁ ମହିଳାମାନେ ହିଂସା ଦ୍ବାରା ପ୍ରଭାବିତ ହୋଇଛନ୍ତି ସେମାନେ ଶୀଘ୍ର ସହାୟତା ଏବଂ ସେବା ପାଇଁ ନିକଟତମ ଓଏସସି ସହିତ ଯୋଗାଯୋଗ କରିପାରିବେ।
@ANI