ETV Bharat / bharat

ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳୁଛି ଦେଶ, ପୀଡିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Aug 14, 2022, 4:39 PM IST

ଆଜି ବିଭାଜନ ବିଭିଷୀକା ଦିବସ (Partition Horrors Remembrance Day)ପାଳୁଛି ଦେଶ । ବିଭାଜନର ଦୁର୍ଦ୍ଦଶା ଭୋଗିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି 75ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଅଧିକ ପଢନ୍ତୁ

ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳୁଛି ଦେଶ, ପୀଡିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳୁଛି ଦେଶ, ପୀଡିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସ୍ବାଧୀନତାର ଠିକ୍‌ ଦିନକ ପୂର୍ବରୁ ବିଭାଜିତ ହୋଇଥିଲା ଅଖଣ୍ଡ ଭାରତ । ମୁସଲିମ ବହୁଳ ସମ୍ପ୍ରଦାୟ ଅଞ୍ଚଳକୁ ନେଇ ପୃଥକ ଭାବେ ଆତ୍ମପ୍ରକାଶ କରିଥିଲା ନୂତନ ଇସଲାମିକ ରାଷ୍ଟ୍ର ପାକିସ୍ତାନ । ତେବେ ଏହି ବିଭାଜନ ପ୍ରକ୍ରିୟା ଏତେ ସହଜ ନଥିଲା । ବିଭାଜନରେ ସାମ୍ପ୍ରଦାୟିକ ଦଙ୍ଗା, ଅସ୍ଥିରତା ଓ ଅରାଜକତା ସୃଷ୍ଟି ହୋଇଥିଲା । ଏଥିରେ ଲକ୍ଷାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଆସନ୍ତାକାଲି 75ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଆଜି ଦେଶ ପାଳୁଛି ବିଭାଜନ ବିଭିଷୀକା ସ୍ମୃତି ଦିବସ (Partition Horrors Remembrance Day) । ଦେଶ ବିଭାଜନ ପ୍ରାଣ ହରାଇଥିବା ଓ ପ୍ରଭାବିତ ହୋଇଥିବା ପୀଡତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM pays tribute to victims of Partition)।

ବିଭାଜନ ସମୟରେ ବିସ୍ଥାପନର କରୁଣ ଦୃଶ୍ୟ
ବିଭାଜନ ସମୟରେ ବିସ୍ଥାପନର କରୁଣ ଦୃଶ୍ୟ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ''ମୁଁ ବିଭାଜନ ସମୟରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଆମ ଦେଶର ଇତିହାସର ସେହି ଦୁଃଖଦ ସମୟ ମଧ୍ୟରେ ଗତି କରିଥିବା ସମସ୍ତ ପୀଡ଼ିତଙ୍କୁ ସେମାନଙ୍କର ଧୈର୍ଯ୍ୟ ଓ ସହିଷ୍ଣୁତ କୃତଜ୍ଞତା ।'' ଗତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି 14 ଅଗଷ୍ଟକୁ “ବିଭାଜନ ବିଭିଷୀକା ସ୍ମୃତି ଦିବସ” (Partition Horrors Remembrance Day) ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ ।

ସେହିପରି ଏହି ଦିବସକୁ ପାଳନ ପୂର୍ବକ ଏକ ନୀରବ ଶୋଭାଯାତ୍ରା ବାହାର କରିବ ଭାରତୀୟ ଜନତା ପାର୍ଟି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ମଧ୍ୟ ବିଭାଜନରେ ପ୍ରାଣ ହରାଇଥିବା ତଥା ପ୍ରଭାବିତ ହୋଇଥିବା ପୀଡିତଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଦେଶ ସ୍ବାଧୀନ ହେବା ପୂର୍ବରୁ ସାମ୍ପ୍ରଦାୟିକ ଭାବେ ଦେଶକୁ ବିଭାଜିତ କରିବାର ସ୍ଥିତି ସୃଷ୍ଟି ହୋଇଥିଲା । ମୁସଲମାନ ବହୁଳ ଅଞ୍ଚଳକୁ ନେଇ ପାକିସ୍ତାନ ନାମରେ ଏକ ସ୍ବତନ୍ତ୍ର ତଥା ନୂତନ ଦେଶ ଗଠନ ଲାଗି ଚାପ ପ୍ରୟୋଗ କରିଥିଲା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନେତୃତ୍ବାଧୀନ ‘ମୁସଲିମ ଲିଗ’ । ପରେ ଦେଶ ବିଭାଜିତ ହେବାରେ ସହମତି ପ୍ରକାଶ କରିଥିଲେ ବ୍ରିଟିଶ ସରକାର । ଅଖଣ୍ଡ ଭାରତର ଉତ୍ତର-ପଶ୍ଚିମକୁ ପାକିସ୍ତାନ ଭାବେ ନାମିତ କରିବାର ନିଷ୍ପତ୍ତି ହୋଇଥିଲା ।

ଦେଶ ବିଭାଜନ ହେବା ସମୟରେ ମୁସଲିମ ସମ୍ପ୍ରଦାୟ ପାକିସ୍ତାନ ଚାଲିଯିବାବେଳେ ସେଠାରେ ଥିବା କିଛି ହିନ୍ଦୁ ଭାରତ ଫେରିଥିଲେ । କିନ୍ତୁ ଏହି ବିଭାଜନ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ଦ୍ଦଶାପୂର୍ଣ୍ଣ ଥିଲା । ଅସ୍ଥିରତା, ଅରାଜତକତା ଓ ଦଙ୍ଗାରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ପରେ 1947 ଅଗଷ୍ଟ 14 ତାରିଖ ମଧ୍ୟରାତ୍ରୀରେ ପାକିସ୍ତାନ ଏକ ଇସଲାମିକ ଦେଶ ଭାବେ ଆତ୍ମପ୍ରକାଶ କରିଥିବାବେଳେ, ପରଦିନ ଅର୍ଥାତ 15 ତାରିଖରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.