ETV Bharat / bharat

Queen Elizabeth Death: ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ

author img

By

Published : Sep 11, 2022, 8:48 AM IST

Updated : Sep 11, 2022, 8:55 AM IST

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ବିୟୋଗରେ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ ହେଉଛି । ଅଧିକ ପଢନ୍ତୁ

Queen Elizabeth Death: ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ
Queen Elizabeth Death: ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ

ନୂଆଦିଲ୍ଲୀ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟ(Queen Elizabeth II)ଙ୍କ ବିୟୋଗରେ ସାରା ବିଶ୍ବ ଶୋକରେ ବୁଡିଛି । ମହାରାଣୀଙ୍କୁ ସମ୍ମାନ ଜଣାଇ ଆଜି ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତର ସମସ୍ତ ସୌଧରେ ନିୟମିତ ଭାବେ ଉଡୁଥିବା ଜାତୀୟ ପତାକା ଅର୍ଦ୍ଧନମିତ ରହିଛି । ଏହାସହିତ ଆଜିର ଦିନରେ କୌଣସି ପ୍ରକାର ଔପଚାରିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । କେବଳ ଭାରତ ନୁହେଁ ରାଣୀ ଏଲିଜାବେଥଙ୍କ ସମ୍ମାନାର୍ଥେ ୫୦ରୁ ଅଧିକ ଦେଶ ସେମାନଙ୍କ ଜାତୀୟ ପତାକା ଅର୍ଦ୍ଧନମିତ କରିବେ ।

ଗତ ଗୁରୁବାର ଦିନ ୯୬ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟ । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଛି । ମହାରାଣୀଙ୍କ ମହାପ୍ରୟାଣରେ ବ୍ରିଟେନରେ ୭ ଦିନିଆ ଶୋକ ଦିବସ ପାଳନ ହେଉଛି । ଆସନ୍ତା ଗତ ୧୯ ତାରିଖ ଦିନ ଲଣ୍ଡନର ୱେଷ୍ଟମିନଷ୍ଟର ଆବେରେ(Westminster Abbey) ବ୍ରିଟେନ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ଶନିବାର ବ୍ରିଟେନ ରାଜପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏହାପୂର୍ବରୁ ମହାରାଣୀଙ୍କ(Queen Elizabeth) ମରଶରୀର ୱେଷ୍ଟମିନଷ୍ଟର ହଲରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ପରେ ଶୋଭାଯାତ୍ରାରେ କଫିନକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।

ଏହାମଧ୍ୟ ପଢନ୍ତୁ: ବ୍ରିଟେନ କବଳରେ କୋହିନୂର ସମେତ ଅନେକ ମୂଲ୍ୟବାନ ପଦାର୍ଥ, ଫେରସ୍ତ ପାଇଁ ଉଠିଲା ଦାବି

ରାଣୀ ଏଲିଜାବେଥଙ୍କ ଜୀବନୀ

ମହାରାଣୀ ଏଲିଜାବେଥ ଦ୍ବିତୀୟ 1926 ଏପ୍ରିଲ 21ରେ ଲଣ୍ଡନର ବ୍ରୁଟନ ଷ୍ଟ୍ରିଟରେ ଜନ୍ମଗ୍ରହଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ 1947 ନଭେମ୍ବର 20ରେ ନୌସେନା ଅଧିକାରୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ସହିତ ତାଙ୍କର ବିବାହ ହୋଇଥିଲା । 1944ରେ ଫିଲିପଙ୍କ ପ୍ରେମରେ ପଡିଥିଲେ ରାଣୀ । ପ୍ରିନ୍ସ ଚାର୍ଲସଙ୍କୁ ମିଶାଇ ରାଣୀଙ୍କର 4 ସନ୍ତାନ ପ୍ରିନ୍ସ ଆଣ୍ଡ୍ରୁ (62), ପ୍ରିନ୍ସ ଏଡୱାର୍ଡ (58) ପ୍ରିନ୍ସ ଆନି । 2021ରେ ସ୍ବାମୀ ଫିଲିପ ମାଉଣ୍ଟବ୍ୟାଟେନଙ୍କ ବିୟୋଗ ହୋଇଥିଲା । 1952 ମସିହାରେ ପିତା ଜର୍ଜଙ୍କ ଦେହାନ୍ତ ପରେ 25 ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ । ଏବେ ମହାରାଣୀଙ୍କ ଦେହାନ୍ତ ପରେ ତାଙ୍କର ବଡ ପୁଅ ଚାର୍ଲ୍ସ ରାଜା ହୋଇଛନ୍ତି ।

Last Updated : Sep 11, 2022, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.