ନୂଆଦିଲ୍ଲୀ: ଏବେ ସାଧାରଣ ତାପମାତ୍ରାରେ ରହିପାରିବ କୋରୋନା ଟିକା । ଏପରି ଟିକା ପ୍ରସ୍ତୁତ କରୁଛି ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଏବଂ ବାୟୋଟେ୍କ ର୍ଷ୍ଟାଟ ଅପ କମ୍ପାନୀ ମିନଭ୍ୟାକ୍ସ । ଉଭୟ କମ୍ପାନୀର ମିଳିତ ପ୍ରୟାସରେ ଟିକା ପ୍ରସ୍ତୁତ କରାଯାଉଛି । ଏହି ଟିକା ଡେଲଟା ଏବଂ ଓମିକ୍ରନ ବିରୋଧରେ ଆଣ୍ଟିବଡି ବୃଦ୍ଧି କରୁଛି । ଏହା ଜାଣିବା ପାଇଁ ଏକ ମୂଷାର ରକ୍ତ ନମୁନାର ପରୀକ୍ଷା କରାଯାଇଥିଲା ।
ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ସମସ୍ତ କୋରୋନା ଟିକା ଗୁଡିକ ରଖିବା ପାଇଁ ଏକ ରେଫ୍ରିଜରେଟରର ଆବଶ୍ୟକତା ପଡିଥାଏ । କିନ୍ତୁ ଏହି ଟିକାକୁ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ୪ସପ୍ତାହ ଓ ୧୦୦ ଡିଗ୍ରି ସେଲସିୟସ ତାପମାତ୍ରାରେ ଦେଢ ଘଣ୍ଟା ରଖାଯାଇପାରିବ । ଟିକାର ବିକାଶ ପାଇଁ ରିସେପ୍ଟମ୍ବର ବାଇଣ୍ଡିଂ ଡୋମେନ ନାମକ ଏକ ଭାଇରାଲ ସ୍ପାଇକ ପ୍ରୋଟିନର ବ୍ୟବହାର କରାଯାଇଛି । ଏହାଦ୍ବାରା ମାନବ କୋଷକୁ ସଂକ୍ରମିତ କରିଥାନ୍ତି ।
କୋଭିସିଲ୍ଡ ଓ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର ଟିକାକୁ ଦୁଇରୁ ଆଠ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରଖାଯାଉଥିବା ବେଳେ ଫାଇଜରର ଟିକାକୁ ସୁରକ୍ଷିତ ରଖିବା ପାଇଁ ମାଇନସ୍ 70 ଡିଗ୍ରୀ ସେଲସିୟସରେ ରଖାଯାଇଥାଏ ।