ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁରରେ ସ୍ଥିତି ସମୀକ୍ଷା କରି ଫେରିଥିବା ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ପ୍ରତିନିଧି ଟିମ ରାଷ୍ଟ୍ରପତିଙ୍କୁ ଭେଟିବ । ଆସନ୍ତାକାଲି (ବୁଧବାର) ଏହି ଟିମ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହ ସ୍ଥିତି ନେଇ ଅବଗତ କରିବ ବୋଲି ସୂଚନା ମିଳିଛି । ଆଜି ଏନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି ସୂଚନା ଦେଇଛନ୍ତି । ଜୟରାମ କହଛନ୍ତି,‘‘29 ଓ 30 ତାରିଖରେ ମଣିପୁର ଗସ୍ତ କରିଥିବା ମେଣ୍ଟର 21 ଜଣିଆ ପ୍ରତିନିଧି ଟିମ ଅଗଷ୍ଟ 2 ତାରିଖରେ ପୂର୍ବାହ୍ନରେ ସାଢେ 11ରେ ରାଷ୍ଟ୍ରପତିଙ୍କୁ ଭେଟିବ । ଏହି ପ୍ରତିନିଧି ଟିମ ସହ ମେଣ୍ଟ ସହଯୋଗୀ ଦଳର ଫ୍ଲୋର ଲିଡରମାନେ ମଧ୍ୟ ସାମିଲ ରହିବେ ।’’
-
The 21 INDIA party MPs who visited Manipur on July 29th and 30th will be meeting with the Hon'ble President of India on August 2nd at 1130am. They will be accompanied by the floor leaders of INDIA parties.
— Jairam Ramesh (@Jairam_Ramesh) August 1, 2023 " class="align-text-top noRightClick twitterSection" data="
29 और 30 जुलाई को मणिपुर का दौरा करने वाले INDIA की पार्टियों के 21 सांसद…
">The 21 INDIA party MPs who visited Manipur on July 29th and 30th will be meeting with the Hon'ble President of India on August 2nd at 1130am. They will be accompanied by the floor leaders of INDIA parties.
— Jairam Ramesh (@Jairam_Ramesh) August 1, 2023
29 और 30 जुलाई को मणिपुर का दौरा करने वाले INDIA की पार्टियों के 21 सांसद…The 21 INDIA party MPs who visited Manipur on July 29th and 30th will be meeting with the Hon'ble President of India on August 2nd at 1130am. They will be accompanied by the floor leaders of INDIA parties.
— Jairam Ramesh (@Jairam_Ramesh) August 1, 2023
29 और 30 जुलाई को मणिपुर का दौरा करने वाले INDIA की पार्टियों के 21 सांसद…
ଗତମାସ 29 ଓ 30 ତାରିଖରେ ଦୁଇଦିନିଆ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିଥିଲେ ନବଗଠିତ ‘ଇଣ୍ଡିଆ’ ମେଣ୍ଟର 21ଜଣିଆ ପ୍ରତିନିଧି ମଣ୍ଡଳୀ । ସେମାନେ ଏକାଧିକ ରିଲିଫ କ୍ୟାମ୍ପ ପରିଦର୍ଶନ କରି ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ସେଠାରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ । ଗସ୍ତର ଦ୍ବିତୀୟ ତଥା ଅନ୍ତିମ ଦିନ (ରବିବାର) ଏହି ଟିମ ମଣିପୁର ରାଜ୍ୟପାଳ ଅନସୂୟା ୟୁକେଙ୍କୁ ସାକ୍ଷାତ କରିଥିଲା । ଏହି ଟିମ୍ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ନେଇ ଆଲୋଚନା କରିବା ସହ ରାଜ୍ୟପାଳ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅବଗତ କରନ୍ତୁ ବୋଲି ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ ।
ଏହି ଟିମ ଦିଲ୍ଲୀ ଫେରିବା ପରେ ସେଠାକାର ସ୍ଥିତି ସମ୍ପର୍କରେ ଏକ ବୈଠକରେ ମେଣ୍ଟର ନେତାଙ୍କୁ ମଧ୍ୟ ଅବଗତ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗଙ୍କ ନେତୃତ୍ବରେ ମେଣ୍ଟର ସହଯୋଗୀ ଦଳଙ୍କ ଫ୍ଲୋର ଲିଡରଙ୍କ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଏହି ଟିମ ରାଷ୍ଟ୍ରପତିଙ୍କୁ ଭେଟି ସେଠାକାର ସ୍ଥିତି ସମ୍ପର୍କରେ ଅବଗତ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏବେ ଏହି ଟିମ ଆସନ୍ତାକାଲି (ଅଗଷ୍ଟ 2) ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଉଛି । ଏବେ ସଂସଦ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଏହି ପ୍ରସଙ୍ଗରେ ଗୃହ ସରଗରମ ରହିଛି । ପ୍ରଥମରୁ ମଣିପୁର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ସହ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଗୃହ ଅଚଳ କରିଦେଇଥିଲେ । ଏବେ ଗୃହ କାର୍ଯ୍ୟ ସାମାନ୍ୟ ସ୍ବାଭାବିକ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ