ETV Bharat / bharat

India Corona: ୧୦ ହଜାର ତଳେ ସଂକ୍ରମଣ, ଦିନକରେ ୯୩୫୫ ନୂଆ ମାମଲା

ଆଜି ବି ୧୦ ହଜାର ତଳେ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୩୫୫ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

author img

By

Published : Apr 27, 2023, 10:13 AM IST

India Corona
India Corona

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଲଗାତାର କିଛି ଦିନ ହେବ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ବର୍ତ୍ତମାନ ୧୦ ହଜାର ତଳେ ରହୁଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୯୩୫୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ସଂକ୍ରମିତଙ୍କ ସଂଖ୍ୟା ୨.୮ ପ୍ରତିଶତ ହ୍ରାସ ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୫୫ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜିକୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା ୫୭ ହଜାର ୪୧୦ରେ ପହଞ୍ଚିଛି । ଏହାସହ ଦିନକରେ ୨୬ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୪୨୪ରେ ପହଞ୍ଚିଛି । ତେବେ ଦୈନିକ ପଜିଟିଭ ହାର ୪.୦୫ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ ହାର ୫.୩୬ ପ୍ରତିଶତ ରହିଛି ।

ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ତୁଳନାରେ ସୁସ୍ଥତା ସଂଖ୍ୟା ବୃଦ୍ଧି ଏକ ପ୍ରକାର ଆଶ୍ବସ୍ତିକର ଖବର ଅଟେ । ଗତ ୨୪ ଘଣ୍ଟାରେ ୧୨ ହଜାର ୯୩୨ ଜଣ ସୁସ୍ଥ ହୋଇଛନ୍ତି । କୋରୋନା ସୁସ୍ଥତା ହାର ୯୮.୬୯ ପ୍ରତିଶତ ରହିଛି । ସେପଟେ କୋରୋନାକୁ ମାତ ଦେବା ପାଇଁ ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି । ଗତ ୨୪ ଘଣ୍ଟାରେ 2,29,175 ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୯ ହଜାର ୩୫୫ ଜଣ ରିପୋର୍ଟ ପଜିଟିଭ ଆସିଛି । ଏଯାବତ ଦେଶରେ ମୋଟ ୨୨୦ କୋଟି ୬୬ ଲକ୍ଷ ୫୪ ହଜାର ୪୪୪ ଜଣଙ୍କୁ କୋରୋନା ଟିକା ଦିଆଯାଇଥିଲା । ଗତ ୨୪ ଘଣ୍ଟାରେ ୪ହଜାର ୩୫୮ଜଣ କୋରୋନା ଟିକା ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Karnatak Election: କର୍ଣ୍ଣାଟକ ମୈଦାନରେ ଗର୍ଜିଲେ ଯୋଗୀ, କହିଲେ ଡବଲ ଇଞ୍ଜିନ ସରକାର ବିକାଶର ଗ୍ୟାରେଣ୍ଟି

କହିରଖୁଛୁ କି, ଗତ କିଛି ଦିନର ବ୍ୟବଧାନ ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଥିଲା । ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ତେବେ ୮ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଆଗୁଆ ଚିଠି ଲେଖି ସତର୍କ କରାଯାଇଥିଲା । କିନ୍ତୁ ଏବେ ୪ରୁ ୫ ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୧୦ ହଜାର ତଳେ ରହୁଛି ସଂକ୍ରମଣ ମାମଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.