ETV Bharat / bharat

India Corona: ପୁଣି ୬ ହଜାର ମୁହାଁ ସଂକ୍ରମଣ, ୧୪ ମୃତ - କୋରୋନା ସଂକ୍ରମଣ

ଦେଶରେ ପୁଣି ଉପରମୁହାଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୮୮୦ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

India Corona
India Corona
author img

By

Published : Apr 10, 2023, 10:54 AM IST

ନୂଆଦିଲ୍ଲୀ: ଦେଶରେ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ଗତ କିଛି ଦିନ ହେବ ଯେଉଁ ସଂଖ୍ୟାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସମସ୍ତଙ୍କ ମଧ୍ୟରେ ଛନକା ପସିଛି । ଗତ ୨ ଦିନ ତଳେ ଲଗାତାର କୋରୋନା ସଂକ୍ରମଣ ୬ ହଜାର ଉପରେ ରହୁଥିବା ବେଳେ ଗତକାଲି(ରବିବାର) ଏହି ସଂଖ୍ୟା ୫ ହଜାରକୁ ଖସି ଆସିଥିଲା । ଆଜି ପୁଣି ୬ ହଜାର ମୁହାଁ କୋରୋନା ମମଲା । ଗତ ୨୪ ଘଣ୍ଟାରେ ୫୮୮୦ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଆଜି ନୂଆ ୫୮୮୦ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୩୫୧୯୯ରେ ପହଞ୍ଚିଛି । ଗତକାଲି ଏହି ସଂଖ୍ୟା ୫ ହଜାର ୩୫୭ ରହିଥିଲା ।

ଏହା ମଧ୍ୟ ପଢନ୍ତୁ: Howrah Violation: ଘଟଣାସ୍ଥଳକୁ ଯାଉଥିବା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ରାସ୍ତାରେ ଅଟକାଇଲା ପୋଲିସ

ଫଳରେ ଦୈନିକ ପଜିଟିଭ ହାର ୬.୯୧ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୩.୬୭ ପ୍ରତିଶତ ରହିଛି । ଅନ୍ୟପଟେ ୪କୋଟି ୪୧ ଲକ୍ଷ ୯୬ ହଜାର ୩୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାଳଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୭୯ରେ ପହଞ୍ଚିଛି ।

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେହି ତୁଳନାରେ ଟିକା ଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ । ଗତ ୨୪ ଘଣ୍ଟାରେ ମାତ୍ର ୨୦୫ ଡୋଜ ଟିକା ଦିଆଯାଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ଦେଶରେ ମୋଟ ୨୨୦ କୋଟି ୬୬ ଲକ୍ଷ ୨୩ ହଜାର ୫୨୭ ଜଣ ଟିକା ନେଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୮୫ ହଜାରରୁ ଅଧିକ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିଲା । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବ ସହ ଆଲୋଚନା କରିବା ସହ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଏବଂ ଆସନ୍ତାକାଲି ଦେଶର ପ୍ରତି ଡାକ୍ତରଖାନାରେ ମକଡ୍ରିଲ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.