ETV Bharat / bharat

India Corona: କମୁଛି ବଢୁଛି ସଂକ୍ରମଣ, 24 ଘଣ୍ଟାରେ 5 ହଜାର କୋଭିଡ ଆକ୍ରାନ୍ତ ଚିହ୍ନଟ

author img

By

Published : Apr 11, 2023, 2:01 PM IST

ଗତ 24 ଘଣ୍ଟାରେ ଦେଶରେ 5ହଜାର 676 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 5 ହଜାର ଉପରେ ରହୁଛି । ଗତ 24 ଘଣ୍ଟାରେ ଦେଶରେ 5ହଜାର 676 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋର ଆକ୍ଟିଭ ସଂଖ୍ୟା 37 ହଜାର 93କୁ ବୃଦ୍ଧି ହୋଇଛି । ତେବେ ଗତକାଲିର ସଂକ୍ରମଣ ତୁଳନାରେ ଆଜି ସାମାନ୍ୟ ହ୍ରାସ ହୋଇଛି । ସେହିପରି 24 ଘଣ୍ଟା ମଧ୍ୟରେ ଦେଶରେ 21ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ କୋରୋନା ମୃତ୍ୟୁସଂଖ୍ୟା 5ଲକ୍ଷ 31 ହଜାରରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ ଦିଲ୍ଲୀ, ପଞ୍ଚାବ ଓ ରାଜସ୍ଥାନରରୁ 3 ଜଣ ଲେଖାଏଁ ହୋଇଥିବା ବେଳେ କର୍ଣ୍ଣାଟକରୁ 2ଜଣ, ଗୁଜୁରାଟ, ମହାରାଷ୍ଟ୍ର, ହରିୟାଣାରୁ ଜଣେ ଲେଖାଏଁ ତାମିଲନାଡୁ ଓ କେରଳରୁ 6ଜଣ ରହିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Rajasthan politics: ଗେହଲଟଙ୍କ ବିରୋଧରେ ଅନଶନ କଲେ ସଚିନ ପାଇଲଟ

ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ହାର 0.8 ପ୍ରତିଶତ ରହିଛି । ଦୈନିକ ସଂକ୍ରମଣ ହାର 2.88 ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ 3.81 ପ୍ରତିଶତ ରହିଛି । ସେହିପରି ସୁସ୍ଥ ହାର 98.73 ପ୍ରତିଶତ ରହିଛି । ଗତ 24 ଘଣ୍ଟା ମଧ୍ୟରେ 3ହଜାର 761 କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4କୋଟି 42 ଲକ୍ଷ 79ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା 220.66 କୋଟି ଲୋକ କୋରୋନା ଟିକା ନେଇଛନ୍ତି । ସେଥି ମଧ୍ୟରୁ 95.21 କୋଟି ହିତାଧିକାରୀ ଦ୍ବିତୀୟ ଡୋଜ ନେଇଥିବା ବେଳେ 22.87 କୋଟି ହିତାଧିକାରୀ ବୁଷ୍ଟର ଡୋଜ ନେଇଛନ୍ତି । ଗତ 24 ଘଣ୍ଟାରେ 358 ଜଣ କୋରୋନା ଟିକା ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା 92.30 କୋଟି ଲୋକଙ୍କ କୋରୋନା ପରୀକ୍ଷା କରାଯାଇଛି । ଗତକାଲି ଦେଶରେ 5880 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବ ସହ ଗତ କିଛି ଦିନ ତଳେ ସମୀକ୍ଷା ବୈଠକ କରିଥିଲେ । ବୈଠକରେ କୋରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେନେଇ ରାଜ୍ୟର ସମସ୍ତ ସ୍ବାସ୍ଥ୍ଯମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । କୋରୋନା ସଂକ୍ରଣ ହ୍ରାଇ କରିବାରୁ ପ୍ରତ୍ୟେକ ରାଜ୍ୟରେ ଦୁଇ ଦିନିଆ ମକ୍‌ଡ୍ରିଲ କରାଯାଇଥିଲା । ସଂକ୍ରମନଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ କୋରୋନା କଟକଣାକୁ କଡାକଡି କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.