ETV Bharat / bharat

India Corona: ଦେଶରେ ୫ ହଜାର ଅତିକ୍ରମ କଲା ଦୈନିକ ସଂକ୍ରମଣ

ଦେଶରେ କାୟା ବିସ୍ତାର କରୁଛି କୋରୋନା । ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

author img

By

Published : Apr 6, 2023, 10:40 AM IST

India Corona
India Corona

ନୂଆଦିଲ୍ଲୀ: ଦିନକି ଦିନ ଲମ୍ବ ଡିଆଁ ମାରୁଛି କୋରୋନା । ଗତ କିଛି ଦିନ ହେବ କୋରାନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତକଙ୍କ ସଂଖ୍ୟା ୪ହଜାର ରହିଥିବା ବେଳେ ଆଜି ଏହି ସଂଖ୍ୟା ୫ ହଜାର ପାର କରିଛି । ତେବେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯଦି ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଏଭଳି ବୃଦ୍ଧି ଘଟେ ତାହାଲେ ଖୁବ କମ ଦିନରେ ଚତୁର୍ଥ ଲହର ଆସିବାର ସମ୍ଭାବନା ଦେଖାଯାଉଛି । ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୫ ହଜାର ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା । ୫ହଜାର ୩୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ବୁଧବାର) ଏହି ସଂଖ୍ୟା ୪ହଜାର ୪୩୫ ରହିଥିଲା । ମୋଟାମୋଟି ଭାବେ ଦେଖିବାକୁ ଗଲେ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କହିବାକୁ ଗଲେ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୨୫ ହଜାର ୫୮୭ରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: President Murmu To Visit Assam: ଆଜିଠୁ ତିନି ଦିନିଆ ଆସାମ ଗସ୍ତରେ ଯିବେ ରାଷ୍ଟ୍ରପତି

ଅନ୍ୟପଟେ ଗତକାଲି ଠାରୁ ମୃତ୍ୟୁ ସଂଖ୍ୟା ତଳକୁ ଖସିଛି । ଗତକାଲି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୬ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୨ ହଜାର ୮୨୬ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋରୋନାରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୪କୋଟି ୪୧ ଲକ୍ଷ ୮୨ ହଜାର ପାର କରିଛି । ତେବେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୩.୩୨ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର ୨.୮୯ ପ୍ରତିଶତ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୦ ହଜାର ୭୪୨ ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । କୋରାନା ପରୀକ୍ଷା ହାର ମଧ୍ୟ ବୃଦ୍ଧି ପାଇଛି ।

ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ୨୨୦.୨୬ କୋଟି ଲୋକ କୋରୋନା ଟିକା ନେଇଛନ୍ତି । ସେଥିମଧ୍ୟରୁ ୯୫.୨୧କୋଟି ଦ୍ବିତୀୟ ଡୋଜ ନେଇଥିବା ବେଳେ ୨୨.୮୭ କୋଟି ଲୋକଙ୍କୁ ବୁଷ୍ଠର ଡୋଜ ଦିଆଯାଇଛି । ଗତ ୨୪ ଘଣ୍ଟାରେ ୧ ହଜାର ୯୯୩ ଜଣ ଟିକା ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.