ETV Bharat / bharat

India Corona: ଅଢେଇ ହଜାର ତଳେ ଦୈନିକ ସଂକ୍ରମଣ - ଭାରତ କୋରୋନା ରିପୋର୍ଟ

ଦେଶରେ କମୁଛି କୋରୋନା ଭୟ । ଗତ 24 ଘଣ୍ଟା ମଧ୍ୟରେ ମାତ୍ର 2,487 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଅଢେଇ ହଜାର ତଳେ ଦୈନିକ ସଂକ୍ରମଣ

author img

By

Published : May 15, 2022, 9:57 AM IST

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ଭୟ । ଅଢେଇ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 2,487 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,487 fresh Covid Cases) । ସଂକ୍ରମିତଙ୍କ ସହ ଆଜି(ରବିବାର) ମୃତ୍ୟୁସଂଖ୍ୟା ମଧ୍ୟ ଖୁବ୍ କମ୍ ରହିଛି । ଦିନକରେ କେବଳ 13 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ 2,878 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।

ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ କମିବା ପରେ କିଛି ଦିନ ହେଲା ସକ୍ରିୟ ମାମଲା 20 ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 17,692ରେ ପହଞ୍ଚିଛି । ବର୍ତ୍ତମାନ ଦୈନିକ ପଜିଟିଭ ହାର 0.59 ପ୍ରତିଶତ ରହିଛି । ଏଯାବତ୍ ସମୁଦାୟ 4,25,79,693 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,214 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 191 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 15,58,119 ଡୋଜ୍ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.