ETV Bharat / bharat

India Corona: ଦେଶରେ 12 ହଜାର ଉପରେ ସଂକ୍ରମଣ, 42 ମୃତ - ଦୈନିକ କୋରୋନା ସଂକ୍ରମଣ

ଦେଶରେ ଉପରମୁହାଁ କୋରୋନା ସଂକ୍ରମଣ । ପୁଣି ଚିହ୍ନଟ ହେଲେ 12ହଜାର 193 କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 22, 2023, 11:22 AM IST

ନୂଆଦିଲ୍ଲୀ: କୋରୋନାର ଚତୁର୍ଥ ଲହର ନେଇ ଦେଶରେ ବଢୁଛି ଭୟ । ଦୈନିକ ସଂକ୍ରମଣ ଏବେ ଦେଶବାସୀଙ୍କୁ ଭୟଭୀତ କରିଛି । ବର୍ତ୍ତମାନ ଦେଶରେ 12 ହଜାର ପାର କରିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 12 ହଜାର 193 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ କୋରୋନା ଆକ୍ଟିଭ ସଂଖ୍ୟା 67 ହଜାର 556ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-Chardham Yatra 2023: ଆଜିଠୁ ଚାରିଧାମ ଯାତ୍ରା, ପ୍ରଥମେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦ୍ବାର

ସେହିପରି ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 42 ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5କୋଟି 32 ଲକ୍ଷ 300କୁ ବୃଦ୍ଧି ପାଇଛି । ଦେଶରେ ଆଜି 10 ହଜାର 765 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4କୋଟି 42 ଲକ୍ଷ 83 ହଜାର 21ରେ ପହଞ୍ଚିଛି । ଦେଶରେ ଦୈନିକ ସଂକ୍ରମଣ ହାର 6.17 ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ହାର 5.29 ପ୍ରତିଶତ ରହିଛି ଓ କୋରୋନା ସୁସ୍ଥ ହାର 98 ପ୍ରତିଶତ ରହିଛି ।

ଏହା ମଧ୍ୟ ପଢନ୍ତୁ-Eid-ul-Fitr: ଇଦ୍‌ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ଦେଶରେ ବର୍ତ୍ତମାନ ସୁଦ୍ଧା 220.66 କୋଟି ଟୀକାକରଣ ହୋଇଛି । ସେଥିମଧ୍ୟରୁ 95.21 ଜଣ ଦ୍ବିତୀୟ ଡୋଜ ନେଇଥିବା ବେଳେ 22.87 କୋଟି ବୁଷ୍ଟର ଡୋଜ ନେଇଛନ୍ତି । ଗତ 24 ଘଣ୍ଟାରେ 5ହଜାର 602 ଜଣ କୋରୋନା ଟିକା ନେଇଛନ୍ତି । ସେହିପରି 1,97,477 କୋରୋନା ଟେଷ୍ଟ ହୋଇଛି । ମହାମାରୀ ଆରମ୍ଭରୁ ଏଯାବତ୍ ସମୁଦାୟ 92.52 କୋଟି ଲୋକଙ୍କର କୋରୋନା ଟେଷ୍ଟ କରାଯାଇଛି ।

ତେବେ ଦେଶରେ କ୍ରମାଗତ ଭାବେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ଲଗାତାର 10 ହଜାର ଉପରେ ରହୁଛି । ଯାହାକି କେନ୍ଦ୍ର ସରାକାରଙ୍କ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । କୋରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର 8 ରାଜ୍ୟକୁ ଚିଠି ଲେଖିଛନ୍ତି । ଏହି ରାଜ୍ୟମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବାରୁ ସତର୍କ ରହିବାକୁ ଚିଠିରେ କୁହାଯାଇଛି । ଗତକାଲି ଦେଶରେ 11,692 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 28 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.