ETV Bharat / bharat

India Corona: ଖସିଲା ସଂକ୍ରମଣ, ୧୦ ହଜାର ୧୧୨ ନୂଆ ମାମଲା

author img

By

Published : Apr 23, 2023, 10:21 AM IST

ଶନିବାର ଠାରୁ ଖସିଲା କୋରୋନା ସଂକ୍ରମଣ ମାମଲା । ଗତକାଲି ୧୨ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୧୧୨ଜଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

India Corona
India Corona

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ ଖସିଲା କୋରୋନା ସଂକ୍ରମଣ । ଗତକାଲି(ଶନିବାର) ଠାରୁ ଆଜି ପ୍ରାୟ ୨ ହଜାର କମିଛି ସଂକ୍ରମଣ ମାମଲା । ଶନିବାର ୧୨ ହଜାର ୧୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସି ଖସିଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୧୦ ହଜାର ୧୧୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୬୭ ହଜାର ୮୦୬ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୯ହଜାର ୮୩୩ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥତା ସଂଖ୍ୟା ୪କୋଟି ୪୨ଲକ୍ଷ 22 ହଜାର 854କୁ ବୃଦ୍ଧି ପାଇଛି । ଦେଶରେ କୋରୋନା ସଂକ୍ରମିତଙ୍କ ଆକ୍ଟିଭ ହାର ୦.୧୫ ପ୍ରତିଶତ ହୋଇଥିବା ବେଳେ ସୁସ୍ଥତା ହାର ୯୮.୬୬ ରହିଛି । ତେବେ ସୁସ୍ଥତା ହାର ଅଧିକ ରହିଥିବାରୁ ଏହା ଏକପ୍ରକାର ଆଶ୍ବସ୍ତିକର ଖବର ଅଟେ ।

ଏହା ମଧ୍ୟ ପଢନ୍ତୁ: Popularity of PM Modi: ମୋଦିଙ୍କ କଟଆଉଟରେ ଲାଗିଥିବା ପାଣିକୁ ଗାମୁଛାରେ ପୋଛିଲେ ବୃଦ୍ଧ, ଭିଡିଓ ଭାଇରାଲ

ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡାଟା ଅନୁସାରେ, ଦୈନିକ ପଜିଟିଭ ହାର ୭.୦୩ ପ୍ରତିଶତ ରହିଖିବା ବେଳେ ସାପ୍ତାହିକ ପଜିଟିଭ ହାର ୫.୪୩ ପ୍ରତିଶତ ରହିଛି । ସେପଟେ ୯୨.୫୪ କୋଟି ଲୋକଙ୍କର କୋରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୩ ହଜାର ୮୯୯ଜଣକର କୋରୋନା ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୨୦କୋଟିରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯାଇଛି । ୨୨୦ କୋଟି ୬୬ ଲକ୍ଷ ୩୯ହଜାର ୫୨୮ଜଣ କୋରୋନା ଟିକା ନେଇଛନ୍ତି । ଗତ ୨୪ ଘଣ୍ଟାରେ ୧ହଜାର ୯୪୭ଜଣ କୋରୋନା ଟିକା ନେଇଛନ୍ତି ।

ତେବେ କହି ରଖୁଛୁକି, ଦେଶରେ ଦିନେ ବଢିଲେ ଦିନେ କମୁଛି ସଂକ୍ରମଣ । କିନ୍ତୁ ଗତ କିଛି ଦିନ ହେବ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ଉତ୍ତରପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ହରିୟାଣା ଏହଂ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ୮ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଆଗୁଆ ଚିଠି ଲେଖି ସତର୍କ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.