ETV Bharat / bharat

India Corona: ବଢିଲା କୋରୋନା ସଂକ୍ରମଣ, ଦିନକରେ ୧୦,୫୪୨ ନୂଆ ସଂକ୍ରମିତ - ଭାରତରେ କୋରୋନା ସଂକ୍ରମଣ

ଦେଶରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୫୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India logs over 10 thousand new covid cases

author img

By

Published : Apr 19, 2023, 10:59 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍ । ବଢୁଛି ଦୈନିକ ସଂକ୍ରମଣ । ଦୁଇ ଦିନର ହ୍ରାସ ପରେ ପୁଣିଥରେ ସଂକ୍ରମଣ ମାମଲାର ୧୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାର ୫୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ଆକ୍ଟିଭ କୋରୋନା ମାମଲା ୬୩ ହଜାର ୫୬୨କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୧୯୦ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, କୋରୋନା ଆରମ୍ଭରୁ ଏବେ ସୁଦ୍ଧା ଦେଶରେ ୪,୪୮,୪୫,୪୦୧ ଲୋକ ସଂକ୍ରମିତ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭ ରେଟ୍ ୪.୩୯ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭି ରେଟ ୫.୧ ପ୍ରତିଶତ ଅଛି । ସେହିପରି ଦେଶରେ ସୁସ୍ଥତା ହାର ୯୮.୬୭ ପ୍ରତିଶତ ରହିଛି । କିଛି ଦିନ ହେଲା ସଂକ୍ରମଣ ବୃଦ୍ଧ ପରେ ଏବେ ଭାରତରେ ୬୩,୫୬୨ଟି ଆକ୍ଟିଭ ମାମଲା ରହିଛି । ତେବେ ଦେଶବ୍ୟାପୀ ଟୀକାକରଣ ଜାରି ରହିଛି । ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ, ସାରା ଦେଶରେ ଆଜି ପର୍ଯ୍ୟନ୍ତ କୋରୋନା ଟିକାର ୨୨୦.୬୬ ଡୋଜ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: INX Money Laundering Case: କାର୍ତ୍ତି ଚିଦାମ୍ବରମଙ୍କ ୧୧କୋଟିର ସମ୍ପତ୍ତି ଜବତ କଲା ଇଡି

ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ପୁଣିଥରେ କୋରୋନା କାୟା ମେଳାଉଛି । ଗତକାଲି ସଂକ୍ରମଣ ୮ ହଜାର ତଳେ ଥିବାବେଳେ ଆଜି ପୁଣିଥରେ ୧୦ ହଜାର ପାର୍ କରିଛି । ଦୈନିକ ସଂକ୍ରମଣ ବଢୁଥିବାରୁ କିଛି ରାଜ୍ୟରେ କୋରୋନା କଟକଣା ଫେରିଛି । ହରିୟାଣା, କେରଳ ଓ ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସର୍ବସାଧାରଣ ସ୍ଥାନାକୁ ମାସ୍କ ପିନ୍ଧି ଯିବାକୁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ, ବେସରକାରୀ ଅଫିସ ଓ ସପିଂ ମଲରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ପଶ୍ଚିମବଙ୍ଗ ସରକାର କୋରୋନା ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ବୟସ୍କ, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସମାବେଶରେ ହେବାକୁ ବାରଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: Viveka Murder Case: ସାଂସଦ ଅଭିନାଶ ରେଡ୍ଡିଙ୍କୁ ଆଶ୍ବସ୍ତି, ୨୫ ଯାଏଁ ଗିରଫଦାରୀ ଉପରେ ଲାଗିଲା ରୋକ୍

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.