ETV Bharat / bharat

ଲଞ୍ଚ ହେଲା ଭାରତ ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’

author img

By

Published : Oct 31, 2021, 12:29 PM IST

ଭାରତ ନିଜର ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଲଞ୍ଚ କଲା । ଅଧିକ ପଢନ୍ତୁ...

ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଲଞ୍ଚ

ଚେନ୍ନାଇ: ଭାରତ ନିଜର ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଲଞ୍ଚ କରିଛି । ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ସମୁଦ୍ରର ଗଭୀରତା ଅନୁସନ୍ଧାନରେ ନିୟୋଜିତ ଅନ୍ୟ ୬ଟି ଦେଶରେ ଯୋଗଦେଇ ଭାରତ ନିଜର ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’ ଆରମ୍ଭ କରିଛି ।

ଶୁକ୍ରବାର ଏହି ମିଶନ ଆରମ୍ଭ କରିବାବେଳେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ଭାରତ ବହୁତ ଅଗ୍ରଗତି କରିଛି । ଯେତେବେଳେ ଜଣେ ଭାରତୀୟ ଗଗନାୟନ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମହାକାଶ ଯାତ୍ରା ଆରମ୍ଭ କରିବେ, ସେତେବେଳେ ଅନ୍ୟ ଜଣେ ଗଭୀର ସମୁଦ୍ର ଯାତ୍ରା ମଧ୍ୟ କରିପାରିବ । ଏହା ହେଉଛି ଭାରତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଅଗ୍ରଗତିର ଉଦାହରଣ ।

ତେବେ ଚେନ୍ନାଇରେ ଭାରତର ପ୍ରଥମ ମାନବ ମହାସାଗର ମିଶନ 'ସମୁଦ୍ରାୟନ' ଆରମ୍ଭ କରିଛି । ସିଂ ଟ୍ବିଟ କରି କହିଛନ୍ତି ଯେ, ଏହି ମାନବ ମହାସାଗର ମିଶନ ମାଧ୍ୟମରେ ଭାରତ ସମୁଦ୍ର ସମ୍ବଳରୁ ପାନୀୟ ଜଳ, ସ୍ବଚ୍ଛ ଶକ୍ତି ଏବଂ ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି କରିପାରିବ । ଏହି ‘ସମୁଦ୍ରାୟନ’ ପ୍ରୋଜେକ୍ଟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସେନ ଟେକ୍ନୋଲୋଜି(NIOT) ୬ ହଜାର କୋଟି ବ୍ୟୟରେ ପ୍ରସ୍ତୁତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.